STORYMIRROR

Saphala Das

Children Stories Comedy Drama

4  

Saphala Das

Children Stories Comedy Drama

କନ୍ୟା

କନ୍ୟା

1 min
294

କନ୍ୟା ଦିବସରେ ଝିଅ ଟି କହୁଛି

ଶୁଣିବ ହୃଦୟ କଥା

ସତ ମିଛ ନୁହେଁ କାହାଣୀ ଗଢା ଟି

ଅଙ୍ଗେ ଲିଭାଇବା କଥା ।


 ଜନନୀ ଭଗିନୀ ଜାୟା ରୂପ ତୋର

ଭିନ୍ନ ଭିନ୍ନ ବୟସରେ

ତୋପାଇଁ ସୁନ୍ଦର ଏ ଘର ଅଗଣା

ଫୁଲରେ ମହକ ଭରେ ।


ପିଲାଦିନ ବେଶ ହସ ଖୁସି ଲାଗେ

ଯୁବା ବୟସକୁ ଯାଉ

ବଢିଲା ଝିଅରେ ନାମ ଲେଖାହେଲେ

ଘରେ କୋଣେ ଲୁଚିରହୁ ।


ପାଠ ପଢା ପୋଥି ଡୋରି ବନ୍ଧା ହୁଏ

ବର ଘର ଖୋଜାପାଇଁ

ଏବେ ସିନା ବେଳ ମଡନ ହୋଇଛି

ନିଜ ଖୋଜ ନିଜ ପାଇଁ ।


ଅଳ୍ପ ବୟସରେବାହା ଦେଉଥିଲେ

ତାଗିଦ କରନ୍ତି କେତେ

ଦୁଇ କୂଳ ଜଗି ଦୁହିତା ସାଜିବୁ

ନାଆଁ ରଖି ଯିବୁ ଯେତେ ।


ଶାଶୁଶଶୁର ଙ୍କୁ ଦେବତା ମାନିବୁ

ପାଇବୁ ଆଙ୍ଗୁଠି ପାଦର ପାଣି

ସମସ୍ତେ ଖାଇଲେ ପଛରେ ଖାଇବୁ

ତୁ ପରା ଭୂଆଷୁଣୀ ।


ଶୋଇବା ପୂର୍ବରୁ ଗୋଡ଼ ଘଷି ଦେବୁ

ପାଉଥିବୁ ଆଶିର୍ବାଦ

ବାପ ମାଆ ଙ୍କର ନାଆଟି ରଖିବୁ

ନଶୁଣିବୁ ଅପବାଦ ।


ସବୁ ସଣ୍ଠଣାରେ ଗଣ୍ଠିଲି ପକାଇ

ଏବେ କନ୍ୟା ରତ୍ନ ପାଇଁ

ପାଠ ପଢି ନିଜ ଗୋଡେ ଠିଆ ହେବୁ

ନିଜେ ଖୋଜ ବର ନିଜ ପାଇଁ ।


ସ୍ୱାମୀ ଟି କେବଳ ତୋ ଏକା ନିଜର

 ଚାକିରୀ କରିଛି ଯେବେ

ଆଉ ଯିଏ ସବୁ ଘରେରହିଛନ୍ତି

 ତାଙ୍କ କଥା କିଏ ଭାବେ ।


କନ୍ୟା ରତ୍ନ ପାଇଁ ଯେତେ ଗର୍ବ କର

 ଶିଖାଅ ସଣ୍ଠଣା ତାକୁ

ତେବେ ଯାଇ କନ୍ୟା ଦିବସ ପାଳିବ

 ହସ ଦେବ ଝିଅ ଟିକୁ।


ଯେଉଁ ଘରେ ପୁଅ ପାଇଁ ଝିଅ

ଅତି ଆନନ୍ଦ ରେ ଖୋଜା

ଝିଅ ଟି ଆସିଲେ ଅନେକ କ୍ଷେତ୍ର ରେ

ପୁଅ ପାଉ ଅଛି ସଜା ।


ଦୁଇନାବେ ପୁଅ ଗୋଡକୁ ଥୋଉଛି

 ହୃଦୟ ରେ କୋହ ଚାପି

ନିଜ ମନ କଥା ମନରେ ରଖୁଛି

 ତାକୁ କେ ପାରୁଛି ମାପି ।


ଯୁଗ ବଦଳୁନି ମଣିଷ ବଦଳେ

ସଂସ୍କୃତି ବଦଳେ ନାହିଁ

ଯେତିକି କରିବା ନିହାତି ଦରକାର

କନ୍ୟା ରତ୍ନ କର ତୁହିଁ ।


ଗରବରେ କହେ ଭାରତୀୟ ନାରୀ

ପୂଣ୍ୟ ତାର ପବିତ୍ର ତା

ମନରେ କଳୁଷ ଦୂରେ ଠେଲି ଦିଅ

ତୁ ପରା ଦେଶ ଦୁହିତା ।


ତୋ ଲାଗି ହସିବ ସୁନାର ସଂସାର

ତୋ ହାତେ ସୁନ୍ଦର ଘର

ପରକୁ ଆପଣା କରିବା ଶକତି

ଅଛି କେବଳ ନାରୀର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍