Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Saphala Das

Children Stories Comedy Drama

4  

Saphala Das

Children Stories Comedy Drama

ଅଭିମାନୀ ବୋଉ

ଅଭିମାନୀ ବୋଉ

1 min
220



ବୋଉଟି ମୋର ଭାରି ଅଭିମାନୀ

ବୁଝିବି ଅବୁଝା ହୁଏ

ଯେତେକାମ ତୁମ ଦିନଟି ଥାଏ

ତଥାପି ସେ ଚାହିଁ ଥାଏ ।


ଦେଖିଦେଲେ ଥରେ ମନେ ପୁରେନାହିଁ

ବାରମ୍ବାର ଖୋଜୁଥାଏ

ଯେତେ ଗପ ତାର ଗଣ୍ଠିଲି କରିଛି

ତଥାପି କିଛି ଟା ରହେ ।


ଦେହ ପିଡାକଥା ମିଛରେ କହିଲେ

ଛାତି ତାର କୋରି ହୁଏ

କାନି ପଣତରେ କେଉଁ ପଥି ଅଛି

ପୋଛି ଦେଇ ଜାଣି ନିଏ ।


ସବୁକହୁଥିବ ସବୁ ସହୁଥିବ

ରୋଗ ବଇରାଗ ଛାଡି

ସତରେ ଯଦିକେ ବିଛଣାରେ ପଡେ

ବସିଥିବ ମୁହଁ ମାଡି ।


କାହାବିରୋଧରେ କହିବା ଖୋଜିଲେ

ଆଖିରେ ମୋ ବାପା ଆସେ

ଗଦ ଗଦ ହୋଇ କହିପକାଏ ସେ

ମିଛେ ରାଗ ମୁଖେ ହସେ ।


ବାପା ଜାଣିଛନ୍ତି ତାର ଅଭିମାନ

ପାଟି କଲେ ଉଚ୍ଚସ୍ୱରେ

ଆଖିରୁ ଦି ଟୋପା ଲୁହ ବୋହି ଦିଏ

ବାପା ରାଗ କ୍ଷଣେ ଦୂରେ ।


ମନେଇ ହସେଇ ବାପା କଥା ହେଲେ

ବୋଉ ଅଭିମାନ ପାଣି ଫୋଟକା

କାହିଁକି କେଜାଣି ବୋଉ ଅଭିମାନ

ଆମ ପାଇଁ ମିଛି ମିଛିକା ।


Rate this content
Log in