STORYMIRROR

Dr Baman Chandra Dixit

Comedy

4  

Dr Baman Chandra Dixit

Comedy

ଗୋଟେ ଗଜ଼ଲ

ଗୋଟେ ଗଜ଼ଲ

1 min
331


ଗୋଟେ ଗଜଲ ଲେଖିବି ଭାବୁଥିଲି

ତୁମ ଫୋଓନ ଆସିଲା ସେତେବେଳେ

ତୁମେ ଗଜର ଗଜର ହେଲ ଦିଈ ଘଣ୍ଟା

ମୁଁ ଗଜଲ ଲେଖିବି କେତେବେଳେ?


ବାରଣ୍ଡାରେ ବସି ଚିଆର ଉପରେ

ଯେବେ ଦରାଣ୍ଡୁ ଥିଲି ମୁଁ ସାହିତ୍ୟ କୁ

ତୁମେ ନସର ପସର ସେଇଠି ହେଉଛ

ମୁଁ ଗଜଲ ଲେଖିବି କେତେବେଳେ?


ବଡ଼ ମୁଶ୍କିଲ ରେ ଭାବଟେ ଉଇଁଲା

ବହେ ଭରସା ଚେଇଁଲା ମନ ତଳୁ,

ତୁମେ ଫୁସୁର ଫାସର ଏଇଠି ହଉଛ

ମୁଁ ଗଜଲ ଲେଖିବି କେତେବେଳେ?


ଯେତେ କହିଲେ ବି ଚୁଉପ ହଉନ

ମୋତେ ଡିଷ୍ଟର୍ବ କରୁଛ ସବୁବେଳେ

ଖାଲି ବଜର ବଜର ତୁଛାଟାରେ ହୁଅ

ମୁଁ ଗଜଲ ଲେଖିବି କେତେବେଳେ?


ଟିକେ ଠିଆ ହୁଅନ୍ତ କି ସଜ ବାଜ ହୋଇ

କିଛି ଲେଖନ୍ତି ତୁମକୁ ଦେଖୁ ଦେଖୁ

ଦୁଇ ନଜ଼ର ନଜର ଏକ ହୋଇ ଯାନ୍ତେ

ମୁଁ ଗଜଲ ଲେଖନ୍ତି ସେତେ ବେଳେ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy