ଚୁମା ଦିଆ ପ୍ରେମ
ଚୁମା ଦିଆ ପ୍ରେମ
ଭାଇ ଶଳା ତୋର ବାଟରେ ଜଗିଛି
ବୋପା ଜଗିଅଛି ଘାଟରେ
ଦୁଆର ବନ୍ଧରେ ତୋମାଆ ଚାହିଁଛି
ଠେଙ୍ଗାଟାଏ ଧରି ହାତରେ ,
ଯିବି କହ କେଉଁ ବାଗରେ
ଧରା ପଡିଗଲେ ବୁଝାଶୁଝା ନାହିଁ
କୂଅ ଖୋଳିଦେବେ ପିଠିରେ ।
ପାଦ ଚିପିଚିପି ଆସିବୁ ତୁ ଗୋରୀ
ଦେଖି ଚାହିଁ ଖାଲଖମା
ପ୍ରେମରେ ଆମର ପଡିବନି ଯେହ୍ନେ
ପୂର୍ଣ୍ଣଛେଦ ଅବା କମା ,
ମୁଁ ବଚ୍ଚନ କୁ ତୁଇ ହେମା
ମନଇଚ୍ଛା ଆମେ ଗଡାପଡା ହୋଇ
ଦିଆନିଆ ହେବା ଚୁମା ।
