Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arjuni charan Behera

Comedy Others

4  

Arjuni charan Behera

Comedy Others

ଆସିଗଲା କଟକୀ ଦହିବରା

ଆସିଗଲା କଟକୀ ଦହିବରା

1 min
6



ଆସିଗଲା ଆସିଗଲା ଆସିଗଲା ଭାଇ l

କଟକର ପ୍ରସିଦ୍ଧ ଏ ବରା ସଙ୍ଗେ ଦହି ll

ତା ସଙ୍ଗରେ ଆଳୁକଷା ପୁଣି ଆଳୁଦମ୍ l

ଚାଖି ନିଅ ଆସ ଭାଇ ଏହି ଆଇଟମ ll

ଏ ବରାକୁ ଦିନେ ପରା ମଧୁବାବୁ ଖାଇ l

କାଳିଆ ଘୋଟକ ଚଢ଼ି ବିଷମ ଲଢ଼ାଇ ll

ପୁଣି ଖାଇ ଥିଲେ ୟାକୁ ଅକ୍ଷୟ ମହାନ୍ତି l

ଖୋକାଭାଇଗୀତ ସବୁ ଆଜି ଝୁରୁଛନ୍ତି ll

ଏ ବରାକୁ ଜାଣ ଆମ ବିଜୁ ବାବୁ ଖାଇ l

ପେଶୱାରଗଲେ ପୁଣି ସାଇକ୍ଲରେ ଧାଇଁ ll

ଏକୁଟିଆ ଚାଳି ପୁଣି ଏକ ବ୍ୟୋମଯାନ l

ଉଦ୍ଧାରି ଆଣିଲେ ଯାଇ ବିପନ୍ନ ସୁକର୍ଣ୍ଣ ll

ଏ ବରାକୁ ଥରେ ଭାଇ ଯିଏ ଖାଇଥିବ l

ପାଟିରୁ ନ ଯିବ ବନ୍ଧୁ ବାନ୍ଧବେ କହିବ ll

କଟକୀ ଦହି ବରାର କେ ଗୁଣିବ ଗୁଣ l

ବଖାଣିବସିଲେ ପୋଥି ପୁରିଯିବ ଜାଣ ll

 ଧବଳ ଟଗର, ଆମ କଟକ ନଗର l

ଦହିବରାବାଲା ମୁହିଁ କୋଟି ନମସ୍କାର ll

       


Rate this content
Log in

Similar oriya poem from Comedy