ହେପି ପ୍ରପୋଜ
ହେପି ପ୍ରପୋଜ
ପ୍ରପୋଜ ଟିକିଏ ମାରିବା ପାଇଁକି
ବାରି ପଟୁ ଗଲି ପଶି
କୋଉଠି ଥିଲା ସେ ବାଇଢଙ୍କ ଡଙ୍କ
ପଡ଼ିଲା ଦେହରେ ଖସି ।
ପ୍ରପୋଜ ମାରିବା ଆଉକି ହୋଇଲା
କୁଣ୍ଡେଇ କୁଣ୍ତେଇ ଆସି
ଓଉ ଫଳିଗଲା ଦେହ ଯାକ ମୋର
ମନ କଷ୍ଟେ ଗଲି ବସି ।
ପ୍ରପୋଜ ଡେଏଟା ପାଣି ଫାଟିଗଲା
ପ୍ରିୟା ଗଲା ମୋର ରୁଷି
କହିଲା ମୋ ପ୍ରିୟା ପ୍ରପୋଜ ଡେଏରେ
ପ୍ରପୋଜ କଲନି ଆସି ।
କହିଲି ପ୍ରିୟାକୁ କଥାକୁ ବିସ୍ତାରି
ପ୍ରିୟା ଟିକେ ଦେଲା ହସି
କହିଲା ରାଗନି ଧନଟା ମୋହର
ସୁଯୋଗ ଲାଗିଛି ଆସି ।
ଏକା ଥିବି କାଲି ବସି
ଗୋଟାଏ ଗୁଳିରେ ଦୁଇଟା ଶିକାର
କରିନେବ ତୁମେ ଆସି ।
