STORYMIRROR

Aparti Charan Sethi

Comedy

4  

Aparti Charan Sethi

Comedy

ପେଟ ଭୋକ ମୁହେଁ ଲାଜ

ପେଟ ଭୋକ ମୁହେଁ ଲାଜ

1 min
4


ଶଳା ଭାଉଜ ଡାକି ଥିବାରୁ

  ଗଲି ଶଶୁର ଘର,

ତାଙ୍କ ଦାଣ୍ଡରେ ପହଞ୍ଚି ଗଲା

  ନାଲି ସ୍କୁଟର ମୋର।

ଶଳା ଭାଉଜ ଦ‌ଉଡିଆସି

  ନେଲେ ମୋ ହାତ ଧରି,

ଶାଳୀ ଦୁଇଟା ତ୍ରିପଣ୍ଡ କାଳୀ

   ଦେଲେ ମୁଣ୍ଡିଆ ମାରି।

ଶାଳୀଙ୍କ ପାଇଁ ବାଟରୁ କିଛି

   ଗୁପ୍‌ଚୁପ୍ ନେଇଥିଲି‌,

ଛଡେଇ ନେଇ ନିମିଷେ ଖାଇ

   ହସିଲେ ଖିଲିଖିଲି‌।

ପେଟରେ‌ ଭୋକ ମୁହେଁ ମୋ ଲାଜ

   ଖୋଲି କହି ପାରିଲିନି,

ଯାଚୁଥିଲେ ଯାହା ଥଣ୍ଡା ଗିଲାସେ ମୁଁ

   ତାକୁ ପିଇପାରିଲିନି‌।

ଦେଉ ଦେଉ ଯଦି ମାଡ଼ି ମୁଁ ବସିବି

   କି କହିବେ ମୋତେ ଆହା,

ପେଟ ବିକଳିଆ ଖାଇବା ପାଇଁକି

   ଆସିଛି ଏଠିକି ଯାହା‌।

ତେଣୁ ଚାରିଗୋଟି ମିଠା ଦେଉଥିଲେ 

   ହଠାତ୍ ମୁଁ ମନାକଲି,

ମୋତେ ଦେବା ଥଣ୍ଡା ମିଠାକୁସେଇଠି

   ଗିଳି‌ ଦେଲେ ସବୁ ଶାଳୀ।

ଅନ୍ତର ଆତ୍ମା ମୋ ଭୋକେ‌ ଜଳୁଥିଲା

    ଆଖି ହେଲା ଛଳଛଳ,

ତାଙ୍କ ଗାଉଁ‌ ଗାଉଁ‌ ଖାଇବା ଦେଖିକି‌

    ଢୋକୁଥିଲି‌ ପାଟି ଲାଳ।

ଶଶୁର ଘରେ ମୋ ଗୋଟିଏ ଆଦ୍ଧତ‌

   ବାଧ୍ୟ କେବେ କରିବେନି,

ଥରେ ଡାକିଦେଇ ଖାଇବା ପାଇଁକି

   ଦି'ଥର ସେ ଡାକିବେନି‌।

ଚିକେନମୋପାଇଁହୋଇଲା ରୋଷେଇ 

    ମନ ମୋର ହେଲା ଖୁସି,

ଭାତ ଥାଳୀ ପାଖେ ବସିଗଲେ ଆସି

    ଦୁଇଶାଳୀ‌ ହସିହସି‌।

ଏଡିକି‌ ଚିକେନ ଖାଇ ମୋର ଶାଳୀ

    କଣ୍ଟାମଣ୍ଟା‌ ଗଲେ ଗିଳି,

ପେଟ ଭୋକ ମୁହେଁ ଲାଜରଖି‌ ମୁହିଁ

    ଭଜିଲି‌ ଯା ଜପାମାଳି‌।

ମୋବାଣ୍ଟରେ ଖାଲି ଝୋଳ ଆଉ ଆଳୁ

    ଲାଜେ ଅଧା ପେଟେ ଖାଇ,

ଭାବିଲି ଟିକିଏ ଶାନ୍ତିରେ ଖଟରେ

    ପଡ଼ିବି ମୁଁ ଯାଇ ଶୋଇ।

ଶୋଇଛିକି ନାହିଁ ମୋର ଶାଳୀ ଦୁଇ

    ସେଠି ଆସିପହଞ୍ଚିଲେ‌,

ମୋବାଇଲ ଟିପି ହୋ ହାଲ୍ଲା କରି

    ମୋତେ ଶୁଆଇ ନ ଦେଲେ‌।

ଭାବିଲି ରାତିଟା ରହିଯିବି‌ ଆଜି

    ଘରକୁ ଫେରିବି କାଲି,

ଶଳା ଭାଉଜ ମୋ ଆସି ପହଞ୍ଚିଲେ

    ବିଦା କରିଦେବେ‌ ବୋଲି।

କହିଲେ ଘରକୁ ଶୀଘ୍ର ଯାଅ ତୁମେ

    ନଣନ୍ଦ ମୋ ଡରୁଥିବ‌,

ଏଣେ ତୁମ ଶଳା ଘରେ ନ ଥିବାରୁ

    ଏଠି କିପରି‌ ରହିବ‌?

ତେଣୁ ପାଞ୍ଚଶତ‌ କାଢିଦେଲି‌ ନୋଟ

    ଶାଳୀ ଦୁହିଁଙ୍କୁ ମୁଁ ଦେଇ,

ସେଠାରୁ ଫେରିଲି‌ ପେଟଭୋକ‌ ଆଉ

    ମୁହେଁ ଲାଜ ଯାହା ନେଇ‌।

କହିରଖେ ଭାଇ ପେଟେ‌ ଭୋକ ଥାଇ

    ମୁହେଁ ଲାଜ କର ନାହିଁ,

ଖରାପ ଖାଦ୍ୟରେ ଭୋକ ମାର ନାହିଁ

    ବେଳକୁ ବିପଦ ସେହି।



Rate this content
Log in

Similar oriya poem from Comedy