STORYMIRROR

Aparti Charan Sethi

Comedy

4  

Aparti Charan Sethi

Comedy

ଯାହା ମୁହଁରେ କପଡ଼ା

ଯାହା ମୁହଁରେ କପଡ଼ା

1 min
10


ଯାହା ମୁହଁରେ କପଡ଼ା ଭାଇ

  ନଫଡା ତାର ବେଶୀ,

ମୁଁ କହୁନି ଲଭ୍‌ମାଷ୍ଟର

   ଏ କଥା କହିଛନ୍ତି।

କପଡ଼ା ବନ୍ଧାବାଲିକୁ ପୁଣି

   ଚାପୁଡ଼ା ଦରକାର,

ଏକଥା ମଧ୍ୟ କହିଅଛନ୍ତି‌

   ସେହି ଲଭ୍‌ ମାଷ୍ଟର‌।

ଗହନ ବନ ଅପଢା ପାଠ

   ଭେଦ କରିବା କଷ୍ଟ,

କେବଳ ଜାଣ ବାଳିକେ ଆଜ

   ଷଷ୍ଠରୁ ହେଲେ ନଷ୍ଟ।

ଯେଉଁଠି ଦେଖ ବାଟେ କି ଘାଟେ

   ବଢ଼ିଲା ଝିଅଟିକୁ,

ମୁହଁରେ କାହିଁ କପଡ଼ା ବାନ୍ଧେ

    ପଚାରି ବୁଝ ତାକୁ।

ଏହାଙ୍କ ଭଳି କେତେକ ଲେଡି

   କପଡ଼ା ବାନ୍ଧି ମୁହେଁ,

ପରପୁରୁଷ ଗାଡ଼ିରେ ବସି

   ବୁଲିବା ଦେଖାଯାଏ।    

କରୋନା ଆଳ ନେଇ କପଡା

    ମୁହଁରେ ଲଗେଇଛ‌,

ନା,କେଉଁ କାରଣେ‌ ରୁମାଲ କୁହ

    ମୁହଁରେ ବାନ୍ଧିଅଛ‌?

ଆଜିକା ଝିଅ ବାହା ବେଦୀରେ

    ଓଢ଼ଣା ଦେଉ ନାହିଁ,

କୁହ ବାଳିକେ ମୁହଁରେ ଓନି‌

    ଘୋଡାଅ‌ କାହିଁ ପାଇଁ।

କେଇଟା ଦିନ କପଡ଼ା ତଳେ

    ଲୁଚେଇବ ହେ ମୁହଁ,

ଦିନ ଆସିବ ସେହି ଯୌବନ

    ନ ଥିବ ଆଲୋ ଝିଅ।

ଆଜି ତୁ କାହା ବାଇକି‌ ପଛେ

    ବୁଲୁ କପଡ଼ା ବାନ୍ଧି,

ମୁହଁରେ କିବା କୁତ୍ସିତ ପ୍ରେମ

    ଦାଗ ଲାଗିଛି ଯଦି !

ଅନେକ ବାର୍‌ ପାଆର୍କ ଗଲୁ

    ଅନେକ ବୟ ଫ୍ରେଣ୍ଡ୍,

ଛାଡି କାହାକୁ କେଉଁ ବୋକାକୁ‌

    କରିବୁ ହଜବେଣ୍ଡ‌୍ ?

ବାପାମାଆଙ୍କୁ ଅନ୍ଧାରେ‌ ରଖି

    ନିଜେ ଆଲୋକ ଦେଖୁ,

ମୁହେଁ କପଡ଼ା ବାନ୍ଧିଲୋ ଝିଅ

    ଅନେକ ପ୍ରେମ ଚାଖୁ‌।

ପ୍ରେମ କରିବା ଖରାପ ନୁହେଁ

    ଜଣଙ୍କୁ ପ୍ରେମ କର,

ସେହି ପ୍ରେମକୁ ବାପାମାଆଙ୍କ

    ଆଗେ ପ୍ରକାଶ କର।

ତୁମରି ପାଇଁ ସମସ୍ତ ତ୍ୟାଗ 

    କରିଲେ‌ ବାପାମାଆ ‌,

ତୁମରି ପାଇଁ ଏତିକି ମାତ୍ର

    କରିବେ ନାହିଁ କିଆଁ?

ନ ଥାଉ ଜାତି ନ ଥାଉ‌ ପତି

   ଯୋଗ୍ୟ ପାତ୍ରଟି ବର‌,

କପଡ଼ା ବନ୍ଧା ନ ଥିବ ଆଉ

    ନ ଥିବ ଲାଜ ଡର‌।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy