ସଂହତି
ସଂହତି
ଶୁଣଲୋ ସଜନୀ କହୁଛି କଥା
ସଂହତି ବଳରେ ହଟିବ ବ୍ୟଥା ।
ଏକତାରେ ଆମ ବଢ଼ିବ ବଳ
କରିଦେବା ଆମେ ସବୁ କବଳ।
ଆମ ମଧ୍ୟେ ଦେଖି ପ୍ରେମ ଭାତୃତ୍ୱ
ବାହ୍ୟ ଶତ୍ରୁ ସବୁ ହେବେ ବିବ୍ରତ ।
ପ୍ରେମର ବଳରେ ପ୍ରେମ ଜିତିବା
ଦୁନିଆଁରେ ଶାନ୍ତି ଆମେ ରଚିବା ।
ଝଲସି ଉଠିବ ଆମର ଧରା
ସତେ ଫୁଟିଅଛି ସ୍ବର୍ଗର ତାରା ।
ଶାନ୍ତି ପ୍ରେମ ଭାବ ଆଣେ ସଂଯୋଗ
ଘୃଣା ଶତ୍ରୁ ଭାବ କରେ ବିୟୋଗ ।
ଯନ୍ତ୍ରଣା ଓ ଶାନ୍ତି ଧରି ସଂହତି
ରହିଅଛି ସେତ ଆମର କତି ।
ସଂହତି ପୋତରେ କରିବା ଯାତ
ବାଧା ପ୍ରତିବନ୍ଧ କରିବା ହତ ।
ବୁଣିଦେବା ଆମେ ଶାନ୍ତି ସଂହତି
ଜିତୁଥିବା କେତେ ହୃଦୟ ନିତି ।।
