ତେଲିଆ ମୁଣ୍ଡରେ ତେଲ
ତେଲିଆ ମୁଣ୍ଡରେ ତେଲ
ସବୁ ଠାରେ ଆଜି ଜନତା ବୋଳନ୍ତି
ତେଲିଆ ମୁଣ୍ଡରେ ତେଲ
ଥିଲା ବାଲା ମାନେ ମାଲେ ମାଲ ହୋନ୍ତି
ଦରିଦ୍ର ଙ୍କୁ କରି ଗେଲ ।
ଭୁଲାଇ ଭାଲେଇ ଆପଣା ଟୋକେଇ
ଭିତରେ ପୁରେଇ ସବୁ
ନେଇ ଚାଲି ଥାନ୍ତି ଭଣ୍ଡେଇ ଭାଣ୍ଡେଇ
ଦୁଃଖୀ ଙ୍କୁ କରନ୍ତି କାବୁ ।
ପରିଶ୍ରମୀ ଜନେ ଖଟି ଖିଆ ମାନେ
ମରୁ ଥାନ୍ତି ଖଟି ଖଟି
ଦଗ।ଡ଼ିଆ ଆଉ ଲୁଟିଆ ସମାଜ
ଚାଲି ଥାନ୍ତି ଲୁଟି ଲୁଟି ।
ଦେଇ ଥିଲେ ପାଇ ବୁଣି ଥିଲେ ଦାଇ
ନୀତି ନିୟମ ଶିଖାଇ
ଶୁଖୁଆ ଖିଆ ଠୁ ଖାସି ତରକାରୀ
ଆଦାୟ କରି ସେ ଖାଇ ।
ତେଲିଆ ହାତଟି ଲୁଗାରେ ତାଙ୍କ ର
ନିତି ଚାଲି ଥାନ୍ତି ପୋଛି
ପାଶ୍ଚାତ୍ୟ ସଭ୍ୟତା ସଂସ୍କୃତି ପ୍ରଭାବେ
ଏଇ ଆମରି ସଂସ୍କୃତି ।
କେଡ଼େ ଅଭଦ୍ରାମି ବଢ଼େ ଦିନୁ ଦିନ
ସବୁ ଠାରେ ହାତ ଗୁଞ୍ଜା
ତେଲିଆ ମୁଣ୍ଡରେ ତେଲ ବୋଳି ବାକୁ
ଜନ ଛନ୍ତି ପୁଞ୍ଜା ପୁଞ୍ଜା ।
ଅଭାବୀ ମଣିଷ ହରାଇ ସାହାସ
ନିତି ଝୁରି ମରୁ ଥାନ୍ତି
ଏସନ ପ୍ରକୃତି ହେତୁ ସମାଜ ରେ
କେହି ନ ପାଆନ୍ତି ଶାନ୍ତି ।
ତେଲିଆ ମୁଣ୍ଡରେ ତେଲ ବୋଳି ଦେବା
ଲାଗି ଥାଏ ନିତି ମଜା
ସ୍ୱାଭିମାନ ପାଇଁ ବ୍ୟବହାର କରି
ପର ମୁଣ୍ଡେ ବୋଳି ଓଠା ।
ତେଲ ଜର ଜର ଦିଶନ୍ତି ସୁନ୍ଦର
ସବୁଠି ପାଆନ୍ତି ଖ୍ୟାତି
ଦରିଦ୍ର ଜନତା ଦୁଃଖ ଶୋକ କୋହ
ଭୟ ନିର୍ଯାତନା ନିତି ।
ନିତି ଦିନିଆ ଏ ସମାଜ ଜୀବନେ
ଲଭୁ ଛନ୍ତି ଅପଖ୍ୟାତି
ସମାଜ ବ୍ୟବସ୍ଥା ଅନୁଧ୍ୟାନ କଲେ
ଦେଖିବା ଏହା ହିଁ ନୀତି ।
ଦରିଦ୍ର ଯାତନା ଯେ ଅକଥନୀୟ
ବଢି ଚାଲେ ଅହରହ
କରି ହାହା କାର ସହି ଅତ୍ୟାଚାର
ପୀଡ଼ା ଦାହ ଦୁର୍ବିସହ ।
ତେଲିଆ ମୁଣ୍ଡରେ ତେଲ ବୋଳି ବାର
ଫଳ ରୁ ତାର ଏ ଦଶା
ଆଜିର ସମାଜେ କାହିଁ ଅବା ନ୍ୟାୟ ,
କାହିଁ ଶାନ୍ତି , ସମାନତା ।
