STORYMIRROR

Aparti Charan Sethi

Comedy

4  

Aparti Charan Sethi

Comedy

ସ୍ତ୍ରୀ ସେବା ପରମ ଧର୍ମ

ସ୍ତ୍ରୀ ସେବା ପରମ ଧର୍ମ

1 min
14


କାହିଁ ଯିବା ଭାଇ କାଶୀ ବାରାଣସୀ

   ଅବା ନୀଳାଚଳ ଧାମ,

ଭାର୍ଯ୍ଯାଳୟେ କର ସ୍ତ୍ରୀ ସେବା ଆଜ୍ଞା

   ସେଇଟା ପରମ ଧର୍ମ। 

ଆଉ କେଉଁ ସେବା ବଡ଼ ନୁହେଁ ଭାଇ

   ପତ୍ନୀ ସେବା ଏଠି ବଡ଼,

ପତ୍ନୀ ସେବା କରି ଗେରସ୍ତଗଣ ହେ

    ଆନନ୍ଦେ ବୈକୁଣ୍ଠ ଚଢ।

ପାହାନ୍ତି ପ୍ରହରୁ ବିଚ୍ଛଣା ଛାଡ଼ ହେ‌

    ପତ୍ନୀଙ୍କ ଗୋଡ଼କୁ ମୋଡ଼,

ବେଡ୍ ଟି କରି ଘରଣୀ ରାଣୀଙ୍କ

    ନାରୀତ୍ଵକୁ‌ କର ଦୃଢ଼।

ପ୍ରତ୍ୟହ ଘରର ବାସିପାଇଟିକୁ‌

   ପାର ଯଦି ଶୀଘ୍ର ସାର‌,

ସ୍ତ୍ରୀଙ୍କ ହୁକୁମ ପାଇଲା ମାତ୍ରକେ

   ବେଗେ ମାରକେଟ‌ ଚଳ।

ସ୍ତ୍ରୀଙ୍କ ହାତରେ ରୋଷେଇ ନକରି

   ପାର୍ସଲ‌ ଆଣିଲେ ଭଲ,

ସପ୍ତାହରେ ଚାରିଥର ସ୍ତ୍ରୀ ସହ

    ପାର୍କରେ ଭାଇ ବୁଲ‌।

ଜଳହସ୍ତୀ ପରି ହେଉ ପଛେ ସ୍ତ୍ରୀ

    ସୁନ୍ଦରୀ ବୋଲିକି‌ କୁହ,

ଯଦି କେବେ କିଛି ରୋଷେଇ କରିଲା

    ହାତଚାଟିକରି‌ ଖାଅ।

ଯେତେବେଳେଯେଉଁ ଡ୍ରେଏସ୍ ପିନ୍ଧିବ

    କିଣି ଆଣିବ ହେ ଆଗ,

ଜିନ୍ ପେଣ୍ଟ ସାର୍ଟ ପିନ୍ଧାଇ‌ ସ୍ତ୍ରୀକୁ

    କହିବ ଦିଶୁଛ ବାଗ।

ସ୍ତ୍ରୀର ପ୍ରଶଂସା ସର୍ବଦା କରିବ‌

    ତା' ବାପା ଭାଇକୁ ଟେକ,

ମଝିରେ ମଝିରେ ତା' ଧର୍ମ ଭାଇକୁ

    ଘରକୁ ଟିକିଏ ଡାକ।

କହିବା ଆଗରୁ ମନଲାଖି ଚିଜ

    ତା' ପାଖରେ ପହଞ୍ଚାଅ‌,

ତା' ମନସ୍କାମନା ପୂର୍ଣ୍ଣ କରିବାରେ‌

    କୁଣ୍ଠିତ କେବେ ନ ହୁଅ‌।

ଲିପ୍‌ଷ୍ଟିକ୍‌ ମେକପ‌ କ୍ରିମ୍ ପାଉଡର

    ଦେବାରେ ନ କର ହେଳା,

ବିଭିନ୍ନ ଗହଣା ଆୟ ଅଳଙ୍କାର

    ଦେଲେ ହେବ ଭଲ ପିଲା।

ଯଥା ସମୟରେ ଟିଭି ମୋବାଇଲ

    ରିଚାର୍ଯ‌ କରିବ ନିଶ୍ଚେ,

ଏମିତି କରିବ ସ୍ତ୍ରୀ ସେବା ଯେହ୍ନେ

    ପାନରୁ‌ ଚୂନ ନ ଖସେ‌।

   ଏଭଳି ଯଦିବା‌ କରିବ,

    ଘରଣୀ ନିଶ୍ଚେ ତୋଷ ହେବ।

    ଘରଣୀ ଯଦି ଖୁସି ହେବ,

    ସଂସାର ରଥ ଦ‌ଉଡିବ‌।

    କଳି‌ ଯୁଗର ନାରୀ ପାଇଁ,

    ଧର୍ମ ସଂସ୍କୃତି ମୂଲ୍ୟ ନାହିଁ।

    ପାଶ୍ଚାତ୍ୟ ଢାଞ୍ଚା ଅନୁସରି,

    ଆଜି ସଭିଏଁ ସ୍ଵେଚ୍ଛାଚାରୀ‌।

    ମହିଳା ସଶକ୍ତିକରଣ,

    ନାମଟି ଆଜି ମୂଲ୍ୟବାନ।

    ସ୍ତ୍ରୀ ହୋଇଲା ଘର ମୁଖ୍ୟ,

    ଗେରସ୍ତ ଚାକର‌ ପ୍ରତ୍ୟକ୍ଷ।

    ମେଘ ଯୁଆଡେ ଆସୁଥାଇ,

    ସିଆଡେ ଛତା ଦେଖା ଭାଇ।

    ମାଇପ ବୋଲକରା ହୁଅ,

    ମରିବା ଯାଏଁ ବଞ୍ଚୁଥାଅ‌। 

    ମାନ ସ୍ତ୍ରୀର ପରାମର୍ଶ,

    ମିଳିବ ସଂସାରରେ ହସ।

    ନଚେତ୍,ନାଲି କୋଠା ଦେଖ,

    ସେଇଠି ଜୀବନକୁ‌ ଚାଖ।

    ଏ କଥା ମୁହିଁ କହୁନାହିଁ,

    ସ୍ତ୍ରୀ ସନ୍ତୋଷ ପୂଜା ଏହି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy