STORYMIRROR

Aparti Charan Sethi

Comedy

4  

Aparti Charan Sethi

Comedy

ଲେମ୍ବୁପାଣି ନା କୋଲ୍‌ଡ୍ରିଙ୍କ୍‌

ଲେମ୍ବୁପାଣି ନା କୋଲ୍‌ଡ୍ରିଙ୍କ୍‌

1 min
10


ନିର୍ଦ୍ଧୁମ ତାତି ଖରା ପ୍ରବଳ

   ଦେହଟା‌ ସାରା ଝାଳ‌,

ପହଞ୍ଚି ଗଲି ଶଶୁର ଘରେ

   ଆଣ ହେ ପାଣି ଢାଳ।

ମୋ ଶାଶୁ ବୁଢି‌ ମୋ ପାଟି ଶୁଣି

   ଲେମ୍ବୁ ପାଣି ଆଣିଲେ,

କିନ୍ତୁ ମୋ ଶଳା ଭାଉଜ ଆସି

   ତାଙ୍କୁ ବାରଣ କଲେ।

ରଖମ ତମ ପୁରୁଣା ଢାଞ୍ଚା

    ଲେମ୍ବୁ ସର୍ବତ ପାଣି,

ଫ୍ରିଜ୍‌ରେ କୋଲ୍‌ଡ୍ରିଙ୍କ୍‌ ରଖିଛି

    ଦେଉଛି ତାଙ୍କୁ ଆଣି।

ଶାଶୁ କହିଲେ ଲେମ୍ବୁ ପାଣିଟା 

    ଦେହକୁ ଉପକାର,

ରଖିଦେ‌ ତୋର ଥଣ୍ଡା ବୋତଲ

    ସବୁ ରୋଗର ଘର।

ଏ କଥା ଶୁଣି ଶଳା ଭାଉଜ 

    ରାଗରେ ଗଲେ ଜଳି,

ଶାଶୁ ହାତରୁ ଲେମ୍ବୁ ପାଣିକୁ

    ନେଇ ସେ ଦେଲେ ଢାଳି ।

ମୋ ଶାଶୁ ବୁଢି ଚିଲେଇ‌ ପାଟି

    ଶୀଘ୍ର ଦ‌ଉଡିଗଲେ‌,

ଫ୍ରିଜ୍ ଭିତରୁ ଥଣ୍ଡା ବୋତଲ

   ଆଣି କଚାଡ଼ି ଦେଲେ।

ନା,ମିଳିଲା କୋଲ୍‌ଡ୍ରିଙ୍କ୍‍ରୁ ଟୋପେ

  ନା, ମିଳିଲା ଲେମ୍ବୁପାଣି,

ଶାଶୁ ବୋହୂଙ୍କ ମଧ୍ଯରେ ଚୁଟି

   ଚାଲିଲା ଟଣାଟଣି‌।

ଏ ସବୁ ଦେଖି ଜଳିୟ ଅଂଶ

   ମୋ ଦେହୁ ଗଲା କମି,

ତା'ପରେ ହୋସ୍‌ ଗଲା ମୋ ଚାଲି

   କିଛି ପାରିନି ଜାଣି।

ଏବେ ଡାକ୍ତରଖାନାରେ ମୁହିଁ

   ଅଛି ଚିକିତ୍ସାଧୀନ,

ଡାକ୍ତର ବାବୁ କୁହନ୍ତି କାଳେ 

    ପାଇଲି ପୁନର୍ଜନ୍ମ।

ପୁଣି ବିରକ୍ତ ହୋଇ ଡାକ୍ତର

   ଗାଳି ବି ଦେଲେ ମୋତେ,

ମଧ୍ୟାହ୍ନ ଖରା ବିପଦ ପରା

   ନ ଯାଅ କଦାଚିତେ‌।  

ଅଛ ଯେଉଁଠି ରୁହ ସେଇଠି

   ଯାଅନି‌ ଏଠିସେଠି‌,

ଅସହ୍ୟ ତାତି ଗ୍ରୀଷ୍ମ ରାଜୁତି

   ସୂର୍ଯ୍ୟଙ୍କ କୋପଦୃଷ୍ଟି।

ସହଜେ ରାସ୍ତା କଡ଼ରେ ଗଛ

   ଆଉ ତ ଏବେ ନାହିଁ,

କଂକ୍ରିଟ ସୃଷ୍ଟି ସବୁଠିଁ ମାଟି

   ଦିଶୁଛି ଅବା କାହିଁ ! 

ଯଦି ବି କେଉଁ ଜରୁରୀ କାର୍ଯ୍ଯେ‌

   ଯାଉଛ‌ ବାହାରକୁ,

ସାଙ୍ଗରେ‌ ନିଅ ଓଦା ଗାମୁଛା

   ପାଣି ବୋତଲଟିକୁ।

ପାରୁଛ ଯଦି କଳାଚଷମା

   ଆଖିରେ ଦେଇ ଯିବ,

ସର୍ବତ‌ ଲସି କାକୁଡ଼ି କଷି

   ତର୍ଭୁଜ‌ ଖାଉଥିବ‌।

ଖରା ଦିନକୁ ବାସୀ ପଖାଳ

   ତା' ସାଙ୍ଗେ ଘୋଳଦହି,

ସକାଳୁ ପେଟ ଥଣ୍ଡା କରୁଥା

   ପେଟେ ତୋରାଣି ପିଇ‌‌।

ହାତ ଯୋଡିଲି ପଦେ କହିଲି

   ଡାକ୍ତର ବାବୁ ଶୁଣ,

ଶଶୁର ଘର ଅଳପ‌ ଦୂର

   ମୁଁ ତାଙ୍କ ଜ୍ବାଇଁ ଜାଣ।

ସେଠାରେ ଶାଶୁ ଲେମ୍ବୁପାଣିକୁ

   ଶଳା ଭାଉଜ ଥଣ୍ଡା,

ତାଙ୍କ ଯୁଦ୍ଧରେ ଯାଇ ଥାଆନ୍ତି

    ଆଜି ମଶାଣି ଦଣ୍ଡା‌।

ଶଳା ଭାଉଜ ଅଂଶୁଘାତକୁ

   ଶାଶୁ ମୋ ବଜ୍ରପାତ,

ଏକାବେଳେକେ ଏ ଦୁହେଁ ମୋତେ

   କରିଲେ ଅଣାୟାତ୍ତ।

ଡାକ୍ତର ବାବୁ ଅଳପ ହସି 

   କହିଲେ ମିଠା ବାଣୀ,

ଦେଶୀ ବିଦେଶୀ କେବେ କି ଏଠି

   ସମାନ ହୋଇଲେଣି‌? 

ଭଲ ପାନୀୟ ଲେମ୍ବୁ ସର୍ବତ

   ବେଲ କି ଦହି ପଣା‌,

ବିଦେଶୀ କୋଲ୍‌ଡ୍ରିଙ୍କ‌୍ ଆଜିର

   ଫେସନ ମାତ୍ର ସିନା।


Rate this content
Log in

Similar oriya poem from Comedy