STORYMIRROR

mohan bisoyee

Comedy

4  

mohan bisoyee

Comedy

ତେରେଛା ବାଣ

ତେରେଛା ବାଣ

1 min
9


ଖଜୁରୀ ଗଛର କିଗୁଣ ଗାଇବି 

ସେତ ମୂଳରୁ ପାହାଚ ପାହାଚ,

ବଗ ବାପୁଡ଼ା ଉପାସେ ମରୁଛି

ବିରାଡ଼ି ହାତରେ ଦେଇ ମାଛ।


ଏନ୍ତୁଡ଼ି ସାଳରୁ ଶ୍ମଶାନ ଯାଏ

ଖାଲି ଯୋଜନା ମାଳକୁ ମାଳ,

ହିତାଧିକାରୀ ଭୋକରେ ମରୁଛି

ତାର ଚୂଲିକି ନଥାଇ ଜାଳ।


ବାଛୁରୀ ମରୁଛି ଅନାହାରରେ

କିନ୍ତୁ ନୀତି ହୁଏ କ୍ଷିରାଭିସେକ,

ସ୍ୟାମନ୍ତକମଣି ଦାନଦେଇ ପୁଣି

ଏଠି ଲୋକେ ମାଗିଥାନ୍ତି ଭିକ।


ଜାଳେଣି ପାଇଁ ହଜାରେ ନିଅନ୍ତି

କିନ୍ତୁ ମାଗଣା ଦିଅନ୍ତି ରାସନ,

ମାଗଣା ଗାଡ଼ିଟି କେମିତି ଚାଲିବ

ଯଦି ନଥାଏ ସେଥିରେ ଇନ୍ଧନ।


ରନ୍ଧନ ଠାରୁ ଇନ୍ଧନ ଯାଏ

ସବୁଥିରେ ହେଉ ଶୋଷଣ,

କିନ୍ତୁ ଅସ୍କାଫଟି ଫୁଟୁକା ମାରି

ଆମେ ଭୁଲିଯାଉ ସବୁ କଷଣ।


ରାଲିରେ ଯାଇ ନେତାଙ୍କ ପାଇଁ

କରୁ ତାଙ୍କର ଶକ୍ତି ପ୍ରଦର୍ଶନ,

ଜିନ୍ଦାବାଦ ର ନାରା ଲଗାଇ

ମେଣ୍ଟାଉ ଦିନକ ଗୁଜୁରାଣ।


କାଲିର ସୂର୍ଯ୍ୟକୁ ଦେଖିଛି କିଏ

ବଞ୍ଚିଯା ଆଜିର ଜୀବନ,

ଏହିଭଳି ଭାବେ ମନକୁ ବୁଝାଉ 

ଶୁଣି ନେତାମାନଙ୍କର ଭାଷଣ।


ନେତା କହନ୍ତି ଦେଶବାସୀ ଆଜି

ମଠରେ ଖାଇ ଖଟରେ ଶୁଅନ୍ତି,

ଆଉ ରହିନାହିଁ ଅଭାବ ଅନଟନ

ଏତେ ସ୍ୱଚ୍ଛଳ ଆମର ଶାସନ।


ବିଚାର ଜନତା ହୁଅଇ ହିନସ୍ଥା

ଦିନକାଟେ ହୋଇ ଦାଦନ,

ନେତାଏ ଏଠି ବାହାସ୍ପଟ ମାରି

କରୁଥାନ୍ତି ଖାଲି ପ୍ରହସନ।


ଧନ୍ୟ ମୋ ରାଇଜ ଜନତା

ଧନ୍ୟ ଅଟେ ତୁମର ଜୀବନ,

ପେଟକୁ ଦାନା ନଥାଉ ପଛକେ

ନାଲିଆ ପାଣିରେ ମନ ଉଚ୍ଛନ୍ନ।


ନିଜ ଚାଳକୁ ନଥାଏ ଛଣ

କିନ୍ତୁ ପ୍ରଭୁଙ୍କୁ କରନ୍ତି ଜଣାଣ 

ଆଉକିଛି ଲୋଡା ନାହିଁ ପ୍ରଭୁ

ସୁରକ୍ଷିତ ଥାଉ ଛାମୁଙ୍କ ଆସନ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy