STORYMIRROR

Singh Dibakar

Comedy Others

4  

Singh Dibakar

Comedy Others

ମୋ ବୋପା ଲୋ

ମୋ ବୋପା ଲୋ

1 min
7


ମୋ ବୋପା ଲୋ.................!!! 

ନମସ୍କାର ଭୁଲି hello hi ସାଥେ 

ta-ta bye bye ଧାରା ଚାଲିଚି, 

ଶାଗ ବଡିଚୂରା ପଖାଳ ଗଲାଣି 

fastfood ହାତ ଠାରି ଡାକୁଚି ।  ।୧।


ମୋ ବୋପା ଲୋ................!!!

ମାଆ ଡାକ ଛାଡି mami mom କହେ       ବାପାଙ୍କୁ ଡାକେdady dad, 

ଜେଜେ ଜେଜେମା' grand pa-ma 

ଡାକ ଲାଗେ କେତେ bad ।    ।୨।


ମୋ ବୋପା ଲୋ.........!!! 

ଗୁରୁକୁଳ ଭାଙ୍ଗି school ଗଢା ହେଲା 

mobileରେ ପଢେ student, 

ଗୁରୁ ଗୁରୁମା'ଙ୍କୁ messege ଲେଖେ       goodmorning goodnight  ।  ।୩।


ମୋ ବୋପା ଲୋ ................!!! 

ଗାଁ ଅଗଣା ଖାଁ ଖାଁ bar clubରେ ଭିଡ 

ସମ୍ପର୍କ ଦୂରେଇ ଦିଏ tv, 

serial ଦେଖେ reels post କରେ 

ଡାକିଲେ ଗରଗର ହୁଏ wife ।  ।୪। 


ମୋ ବୋପା ଲୋ..................!!! 

ରସଗୋଲା ଠାରୁ cake ଚାହିଦା ବେଶି  

କ୍ଷୀର ଛାଡି ପିଏ cold drinks,  

ଦାନ୍ତକାଠି ଛାଡି tooth brush ଧରେ 

ତଥାପି test ଲାଗେନି rice । ।୫। 


ମୋ ବୋପା ଲୋ ...............!!! 

ଗାଈ ଚରା ନାହିଁ doggy ବୁଲା ଅଛି 

ଚିଠି ଛାଡି ଏବେ internet, 

ତାସ୍ କବାଡି କି ରଜ ଦୋଳି ନାହିଁ 

game ଖେଳେ ଧରି mobile set ।  ।୬। 


ମୋ ବୋପା ଲୋ ...............!!! 

ଭୁଲି ତ ଗଲାଣି ଆମ ପରମ୍ପରା  

ମୁଣ୍ଡ ଟେକେ foreign culture, 

ସରବତ ଛାଡି tea coffee ଦିଏ 

ମୁଖ ସଜାଏ beauty parlour   । ୭।    


Rate this content
Log in

Similar oriya poem from Comedy