STORYMIRROR

Singh Dibakar

Romance Others

4  

Singh Dibakar

Romance Others

ମୋ ପ୍ରିୟାର ଗାଁ

ମୋ ପ୍ରିୟାର ଗାଁ

1 min
372


    ପାହାଡ଼ ସେପାରି ମଧୁରିମା ମୟ

     ଛୋଟ ଏକ ମୋ ପ୍ରିୟାର ଗାଁ,

   ଅତି ଚିତ୍ତ ହାରୀ ସୁଷମାରେ ଭରା

       ଅଭୁଲା ଅଟଇ ତା'ର ନାଁ ।।


   ଗ୍ରାମ ଚାରିପଟେ ଘଞ୍ଚ ଅରଣ୍ୟାନୀ

       ମଧ୍ୟ ଭାଗେ ବହେ ଝରଣା,

    ସ୍ନିଗଧ ମଧୁର ଶୀତଳ ବାରିରେ

       ପଶୁ ପକ୍ଷୀ ମେଣ୍ଟାନ୍ତି ତୃଷ୍ଣା ।।


     ଦୂର ପାହାଡ଼ର ବିରଳ ବିଭବ

        ସଞ୍ଚାରେ ଭାବ ବିହ୍ବଳତା,

  ବଣ ଫୁଲ ଫଳ ଭୁରୁ ଭୁରୁ ବାସେ

        ବିଞ୍ଚେ ବିମୁଗ୍ଧ ମାଦକତା ।।


  ଉଷା ପ୍ରଦୋଷର ସୂର୍ଯ୍ୟୋଦୟ ଅସ୍ତ

        ଅକଳ୍ପନୀୟ ଶୋଭାମୟ,

   ପକ୍ଷୀ କୁଳର ବସା ବାହୁଡା଼ ଦୃଶ୍ୟ

        ଉପଭୋଗ୍ୟ ଆକର୍ଷଣୀୟ ।।


  ଗ୍ରାମ ଉପାନ୍ତରୁ ଗୋପାଳକ ଯେବେ

       ବାହୁଡେ ଧେନୁପୋଲ ଧରି,

   ଗୋପାଳ ବାଳକର ବଂଶୀଧ୍ବନୀରେ 

        ପ୍ରାଣରେ ସ୍ବର୍ଗୀୟ ଲହରୀ ।।


    ନିର୍ମଳ ସମୀର ହିଲ୍ଲୋଳିତ ଭରେ

          ଆବେଗମୟ ଚଞ୍ଚଳତା,

      କୂଳବଧୁ ଜାଳୁଥିବା ସଞ୍ଜବତୀ

         ଆଣେ ବିଭୋର ଶୀତଳତା ।।


    ସେହି ଗାଁ ଟିରେ ରହୁଛି ମୋ ପ୍ରିୟା

        ଶାନ୍ତିମୟ ଲାଗେ ତା' ଗ୍ରାମ,

   ନ ମିଳଇ ଯାହା ମିଳେ ସେହିଠାରେ

        ସଞ୍ଚାରେ ଅସୁମାରୀ ପ୍ରେମ।।


    ତାଆରି ଶ୍ୟାମଳ ବୃକ୍ଷ ଲତା କ୍ଷେତ

         ପ୍ରିୟା କଣ୍ଠେ ଭରିଛି ଭାଷା,

   ନୟନେ ଦେଇଛି ପ୍ରେୟସୀ ଚାହାଁଣୀ

         ହୃଦେ ପ୍ରେମ ପ୍ରୀତିର ନିଶା ।।


    କେତେ ଆଶା ସ୍ବପ୍ନ ମନରେ ରଖିଛି

          ଅଗଣା ଫୁଲକୁ ସଜାଇ,

     ପ୍ରେମିକ ବାଟକୁ ଚାହିଁ ବସି ଅଛି

        ଆସିବ କି ସବାରୀ ନେଇ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance