STORYMIRROR

Singh Dibakar

Inspirational

3  

Singh Dibakar

Inspirational

ହେ ଉତ୍କଳମଣି

ହେ ଉତ୍କଳମଣି

1 min
144


ଓଡ଼ିଆ ଜାତିର ଉଜ୍ଜ୍ୱଳ ଜ୍ୟୋତିଷ୍କ

ହେ ଉତ୍କଳ ମାତାର ସନ୍ତାନ,

ଗରିବର ବନ୍ଧୁ ତୁମେ ଗୋପବନ୍ଧୁ

କୋଟି ଓଡିଆଙ୍କର ଜୀବନ ।।


ଅଠର ଶହ ସତସ୍ତରୀ ମସିହା

ଅକ୍ଟୋବର ନଅ ତାରିଖରେ,

ପୁରୀ ଜିଲ୍ଲାର ଭାର୍ଗବୀ ନଦୀ ତୀରେ

ଜନମିଲ ସୁଆଣ୍ଡୋ ଗ୍ରାମରେ ।।


ବାଲ୍ୟକାଳରୁ ମାତାଙ୍କୁ ହରାଇଲ

ପିଉସୀଙ୍କ କୋଳରେ ବଢିଲ,

ସେହି ଦିନ ଠାରୁ ଉତ୍କଳ ଭୂଇଁକୁ

ନିଜ ମାଆ ବୋଲି ଭାବି ନେଲ ।।


ଛାତ୍ର ଜୀବନରୁ ଦେଶସେବା କାର୍ଯ୍ୟେ

ନିଜକୁ କରିଲ ନିୟୋଜିତ,

ଜନସେବା ସାଥେ ସ୍ବଚ୍ଛ ପରିବେଶ 

କରିବାକୁ ନେଇଥିଲ ବ୍ରତ ।।


ପ୍ରତ୍ୟେକ ଓଡ଼ିଆ ପ୍ରାଣରେ ଭରିଲ

ଦେଶ ଜାତି ଓ ଭାଷାର ପ୍ରେମ,

ଦୁଃଖୀ ଦରିଦ୍ରଙ୍କ ପାଇଁ ଜୀବନକୁ

ସଂପୂର୍ଣ୍ଣ କରିଲ ସମର୍ପଣ ।।


ସତ୍ୟବାଦୀ ବନ ବିଦ୍ୟାଳୟ ନାମେ

ଥାପିଲ ଘନ ବକୁଳ ବନେ,

ନିରକ୍ଷରଙ୍କୁ ସାକ୍ଷରତା କରିଲ

ପର ଆପଣା ନ ଭାବି ମନେ ।।


ବନ୍ୟା ବାତ୍ୟା ବିପର୍ଯ୍ୟୟ ସମୟରେ

ଅସହାୟଙ୍କୁ କଲ ଉଦ୍ଧାର,

ଗାଁ ଗାଁ ବୁଲି ଖାଦ୍ୟ ଓ ଓାୖଷଧ ଦେଇ

ସେବା କଲ କେତେ ରୋଗୀଙ୍କର ।।


ନିଃସ୍ୱାର୍ଥପର ଭାବେ କର୍ମ କରିଲ

ଝରାଇ ଲୁହ ପର ଦୁଃଖରେ,

ହରାଇ ଦେଲ ନିଜ ଶିଶୁ ପୁତ୍ରକୁ

ପଡ଼ିଥିଲା ଯେ ରୋଗ ଶଯ୍ୟାରେ ।।


ଓଡ଼ିଆ ସାହିତ୍ୟ ଭଣ୍ଡାର ଭରିଲ

ଅମୂଲ୍ୟ ଉପହାରକୁ ଦେଇ,

ହେ ଦାସେ ଆପଣେ କୀରତି ତୁମର

ଅଛି ସ୍ବର୍ଣ୍ଣାକ୍ଷରେ ଲେଖା ହୋଇ ।।


କାନ୍ଦୁଛି ଉତ୍କଳ ତୁମ କଥା ଝୁରି

କର୍ମକୁ ତୁମ ଦେଇ ସମ୍ମାନ,

ହେ ଉତ୍କଳମଣି ଆସ ଥରେ ଫେରି

ଦିବାକର କରେ ନିବେଦନ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational