STORYMIRROR

Singh Dibakar

Others

3  

Singh Dibakar

Others

ଏହି ମାଟି ମୋର ଜନମ ଭୂଇଁ

ଏହି ମାଟି ମୋର ଜନମ ଭୂଇଁ

1 min
159


ଏହି ମାଟି ମୋର ଜନମ ଭୂଇଁ

ଯେଉଁଠି ହେଇଛି ଜନମ ମୋର,

ସ୍ନେହ ପ୍ରେମ ଶ୍ରଦ୍ଧା ଦେଇଛି ଯିଏ

ସେହି ତ ମୋର ଅତି ଆପଣାର ।।


କେତେ ପୁଣ୍ୟବଳେ ଜନମି ହେଇ

ଧନ୍ୟ ଯେ ମୋର ହେଇଛି ଜୀବନ,

ଦେହରେ ଭରିଛି କେତେ ଶକତି

ତା ମାଟି ପାଣି ଆଲୋକ ପବନ ।।


ତାହାରି ଶ୍ୟାମଳ ବୃକ୍ଷ ଲତା ଠୁଁ

ଖାଦ୍ୟ ଶସ୍ୟ ଫଳ କେତେ ଖାଇଛି,

ତା ଦାଣ୍ଡର ଧୂଳି ଦେହରେ ବୋଳି

ଖେଳ ଖେଳି ମୁହିଁ ବଡ଼ ହେଇଛି ।।


ମାଆ ପରି ଯିଏ ପାଳିଛି ମୋତେ

ମମତା ବନ୍ଧନରେ ବାନ୍ଧି ଦେଇ,

କେତେ ଦୁଃଖ କଷ୍ଟ ହୃଦୟେ ଧରି

ଜୀବନ ରଖିଛି ମୋର ବଞ୍ଚାଇ ।।


ସବୁ ଦୁଃଖ ଯନ୍ତ୍ରଣା ଦେଖି ମୋର

ପ୍ରବଳ ଚିନ୍ତା କରେ ସେ ମନରେ,

ଡାକି ଆଣିଥାଏ ସରାଗେ ମୋତେ

ଥାଏ ପଛକେ ମୁଁ ଯେତେ ବି ଦୂରେ ।।


ଏହି ମାଟି ମୋର ଜନମ ଭୂଇଁ

ମମତାରେ ବନ୍ଧା ମନଟା ମୋର,

ସକଳ ତୀର୍ଥ ତାହାରି ଚରଣେ

କେବେ ବି ତାକୁ ଭାବିବିନି ପର ।।


ଆସୁ ପଛେ ଯେତେ ଝଡ଼ ତୋଫାନ 

ସହି ଯିବି ମୁଁ ଛାତିକୁ ଫୁଲାଇ,

ଜଳିଥିଲା ମୋର ଏନ୍ତୁଡ଼ି ନିଆଁ 

ଏଇଠି ଜଳିବ ମୋ ଚିତା ଯୁଇ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍