STORYMIRROR

Singh Dibakar

Inspirational

3  

Singh Dibakar

Inspirational

ନବଦୁର୍ଗା

ନବଦୁର୍ଗା

1 min
273


ମାତୃ ଆବାହନେ ନବରାତ୍ରୀ ପୂଜା

ସୁସଜ୍ଜିତ ଶୋଭା ଦେଉଳ,

ଧରାବତରଣ ହେବେ ଦଶଭୁଜା

ଭକ୍ତ ଯେ ଭକ୍ତିରେ ବିହ୍ବଳ ।।


ଶକ୍ତି ସ୍ବରୂପିଣୀ ପାପ ବିନାଶିନୀ

ଦେବୀ ଦୁର୍ଗାଙ୍କ ଆଗମନ,

ଭାବ ଭକ୍ତି ଭରା ଗଗନ ପବନ

ଧରଣୀ ଆନନ୍ଦେ ମଗନ ।।


ବିଲ ବାଡ଼ି ବନେ ନାନା ଫୁଲ ଫୁଟି

ମାତାଙ୍କୁ ଜଣାଏ ସ୍ବାଗତ,

ପାହାଡ଼ ଝରଣା ନଦୀ ପଶୁ ପକ୍ଷୀ

ହରଷେ ଗାଆନ୍ତି ସଙ୍ଗୀତ ।।


ଆସ ଗୋ ଜନନୀ ଅପର୍ଣ୍ଣା ପାର୍ବତୀ

କୈବଲ୍ୟ କାରିଣୀ ମା ଉମା,

ନବରାତ୍ରେ ଧରାବତରଣ କରି

ସଭିଙ୍କୁ ଢାଳିଦେ କରୁଣା ।।


ନବ ଦିନ ଧରି ପୂଜିତ ହୋଇବୁ

ଶୈଳପୁତ୍ରୀ ମା କାତ୍ୟାୟିନୀ,

ରାକ୍ଷସ ବଧିବୁ ଦୁର୍ଗତି ନାଶିବୁ

ମଙ୍ଗଳମୟୀ ମା ଭବାନୀ ।।


ମହାମାୟୀ ମହାଶକ୍ତି ବ୍ରହ୍ମଶକ୍ତି

ଜୟ ଜୟ ମା ମହାଗୈ।ରୀ,

ମହିଷା ମର୍ଦ୍ଧିନୀ ମା ସିଂହ ବାହିନୀ

ଦୁଃଖ ବିପତ୍ତି ନେବୁ ହାରୀ ।।


ଦୟାମୟୀ ମାଗୋ ଅଭୟ ଦାୟିନୀ

କରିବୁ ଜଗତ କଲ୍ୟାଣ,

ଆଦ୍ୟାଶକ୍ତି ଯୋଗମାୟା ଦେବୀ ଦୁର୍ଗା

ଡାକୁଛି ତୋତେ ଭକ୍ତ ଗଣ ।।


ସିଦ୍ଧିଦାତ୍ରୀ ମାଗୋ ନବଦୁର୍ଗା ହୋଇ

କରିବୁ ଧର୍ମ ସଂସ୍ଥାପନା,

ଶୁଦ୍ଧ ପୂତ ହୋଇ କରୁଛି ବିନତୀ

ପୂର୍ଣ୍ଣ କରିବୁ ମା କାମନା ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational