STORYMIRROR

Singh Dibakar

Others

4  

Singh Dibakar

Others

ବୃକ୍ଷ ଆମର ବନ୍ଧୁ

ବୃକ୍ଷ ଆମର ବନ୍ଧୁ

1 min
114


ବୃକ୍ଷ ଜୀବନ ସହିତ ଜନ ଜୀବନ 

ନିବିଡ଼ ଭାବେ ସମ୍ପୃକ୍ତ,

ଅମୂଲ୍ୟ ସମ୍ପଦ ବୃକ୍ଷରାଜି ପାଇଁ 

ବଞ୍ଚିଅଛି ଜୀବ ଜଗତ ।।


କରିଥାଏ ସିଏ ପ୍ରକୃତି ସୁରକ୍ଷା 

ସହି ସବୁ ଝଡ଼ ତୋଫାନ,

ଗ୍ରୀଷ୍ମର ଦାରୁଣ ରୈ।ଦ୍ରତାପ ଠାରୁ 

ବଞ୍ଚାଏ ସବୁରି ଜୀବନ ।।


ଜୀବନ କ୍ଷୟକାରୀ ଅଙ୍ଗାରକାମ୍ଳ 

ବାଷ୍ପକୁ ସେ ଗ୍ରହଣ କରେ,

ଅମ୍ଳଜାନ ପରି ଜୀବନ ଦାୟକ 

ବାଷ୍ପ ବିଛୁରଣ ଘଟାଏ ।।


ମଣିଷକୁ ସେ ଜୀବନ ଦେବା ଭଳି 

ବଡ଼ ଉପକାର କରଇ,

ତା ଠାରୁ ଆଉ ଅଧିକ ଉପକାର 

କିଏ କ'ଣ କରି ପାରଇ ???


ରୋକିଥାଏ ପୁଣି ବାୟୁ ପ୍ରଦୂଷଣ 

ରଖି ପରିବେଶ ନିର୍ମଳ,

ମୃତ୍ତିକା ସଂରକ୍ଷଣ କରି ଆମକୁ 

ଯୋଗାଏ କେତେ ଫୁଲଫଳ ।।


ବାସ ପାଇଁ କାଷ୍ଠ ଜାଳେଣିକୁ ପତ୍ର 

ଦେଇ କରଇ ଉପକାର,

ବହୁ ଦୁର୍ଲ୍ଲଭ ଭେଷଜ ଦ୍ରବ୍ୟ ଦେଇ 

ରୋଗ ବୈରାଗ୍ୟ କରେ ଦୂର ।।


ବର୍ଷାର ଜୀବନଧାୟୀ ରସ ଧାରା 

ବୃକ୍ଷ ଯୋଗୁଁ ଅଟେ ସମ୍ଭବ,

ଦୂରେଇ ଦିଏ ମରୁଡ଼ି ଅନାବୃଷ୍ଟି 

ରଖେନା ଅନ୍ନର ଅଭାବ ।।


ବୃକ୍ଷ ଅଟେ ଆମ ସର୍ବଶ୍ରେଷ୍ଠ ବନ୍ଧୁ

ଶାସ୍ତ୍ରରେ ହୋଇଛି ବର୍ଣ୍ଣିତ,

ସନ୍ତାନ ବଦଳେ ବୃକ୍ଷଟେ ଲଗାଅ

ସଭିଏଁ ହେବେ ଉପକୃତ ।।


କରିବାନି କେବେ ବୃକ୍ଷର ଅନିଷ୍ଟ 

ସୁରକ୍ଷା ତାହାର କରିବା,

କାଟିବା ବଦଳେ ବାଡ଼ି ପଥ ପ୍ରାନ୍ତେ 

ଅସଂଖ୍ୟ ବୃକ୍ଷ ଲଗେଇବା ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍