STORYMIRROR

Singh Dibakar

Inspirational

3  

Singh Dibakar

Inspirational

ମା ଭବାନୀ

ମା ଭବାନୀ

1 min
152


ଦୁର୍ଗତି ନାଶିନୀ ଜୟ ମା ଭବାନୀ

ଦୁର୍ଗା ରୂପେ ମା ଆବିର୍ଭୂତ,

ମା ଆଗମନେ ପୁର ପଲ୍ଲୀରେ ଆଜି

ତୋରଣ ହୋଇଛି ସଜ୍ଜିତ ।


ବିପଦ ହାରିଣୀ ଦୁଷ୍ଟ ବିନାଶିନୀ

ଶରତେ ଆସିଛୁ ମରତେ,

ଭିନ୍ନ ପୀଠରେ ଭିନ୍ନ ନାମରେ ମାଗୋ

ପୂଜା ପାଉ ସାରା ଜଗତେ ।


ଉଲ୍ଲସିତ ମନେ ସ୍ବାଗତ ଜଣାଇ

ବସୁଧା ମେଲିଛି ପସରା,

ବନ ଉପବନେ ନାନା ଫୁଲ ଫୁଟି

ଝୁମି ଝୁମି ନାଚୁଛି ପରା ।


ବାଜେ ଭେରୀ ତୂରୀ ମୃଦଙ୍ଗ ମହୁରୀ

ସବୁଠି ଶୁଭେ ଘଣ୍ଟା ଶଙ୍ଖ,

ହେ ମା ଶୈଳପୁତ୍ରୀ ଶକ୍ତି ସ୍ବରୂପିଣୀ

ହରି ନେବୁ ସଭିଙ୍କ ଦୁଃଖ ।


ସ୍ନେହମୟୀ ମାଗୋ ତୁ ମମତାମୟୀ

ଦଶଭୁଜା ସିଂହବାହିନୀ,

ଆଦ୍ୟାଶକ୍ତି ମହାମାୟା ମହାସତୀ 

ତୁହି ମା ସୁଖ ପ୍ରଦାୟିନୀ ।


ମହିଷା ମର୍ଦ୍ଧିନୀ ଜଗତ ଜନନୀ

ଡାକୁଅଛି ମା ତୋତେ ଭକ୍ତ,

ସବୁ କଷ୍ଟ ରୋଗ ଶୋକ ଦୂର କରି

ଶତ୍ରୁକୁ କରିବୁ ନିପାତ ।


ରକ୍ଷା କାରିଣୀ ତୁ ଅଭୟ ଦାୟିନୀ

ଖର୍ପର ଧାରିଣୀ ପାର୍ବତୀ,

ହୃଦୟରେ ମୋର ଦିବ୍ୟ ଜ୍ୟୋତି ଭରି

ଜୀବନେ କରିଦେ ପ୍ରଗତି ।


ଜୟ ମା ଭବାନୀ ଜଗତ କଲ୍ୟାଣୀ

ଜୟ ମା ତ୍ରିପୁରା ସୁନ୍ଦରୀ,

ପବିତ୍ର ଆଶିଷ ଦେ ମା ମହାସତୀ

ଏତିକି କରୁଛି ଗୁହାରୀ ।



Rate this content
Log in

Similar oriya poem from Inspirational