STORYMIRROR

Singh Dibakar

Inspirational Others

3  

Singh Dibakar

Inspirational Others

ଆଲୋକର ପର୍ବ ଦୀପାବଳି

ଆଲୋକର ପର୍ବ ଦୀପାବଳି

1 min
141


ଦୀପାବଳି ଅଟେ ଆଲୋକ ପର୍ବ

ଆସ କରିବା ପାଳନ,

ଆମ ପରମ୍ପରା ଆମ ଗୌରବ

ଜଗତେ ଅତି ମହାନ ।।


ବରଷକେ ଥରେ କାର୍ତ୍ତିକ ମାସେ

ଆସେ ଏଇ ଦୀପାବଳି,

ଆନନ୍ଦ ଉଲ୍ଲାସେ ପାଳିବା ଆସ

ଘରେ ଘରେ ଦୀପ ଜାଳି ।।


ଅମାବାସ୍ୟାର ଘନ ଅନ୍ଧକାର

ଦେବାରେ ଆମେ ଦୂରେଇ,

ଆଲୋକିତ ହେଉ ସାରା ଜଗତ

ଶାନ୍ତିର ବାରତା ଦେଇ ।।


କାହାରି ମନରେ ନ ରହୁ କେବେ

ହିଂସା କ୍ରୋଧ ଅହଂକାର,

ହସ ଖୁସିରେ ପାଳିବା ଉତ୍ସବ

ନ ରଖି ଭେଦ ଭାବର ।।


ଏହି ପର୍ବର ମହତ୍ତ୍ୱ ସ୍ୱତନ୍ତ୍ର

ଅଛି ପୁରାଣ ଶାସ୍ତ୍ରରେ,

ତ୍ରେତୟା ଯୁଗରୁ ପ୍ରଚଳିତ ଏ

ପର୍ବ ଭାରତ ଦେଶରେ ।।


ରାମଚନ୍ଦ୍ର ଯେବେ ବନବାସରୁ

ଫେରିଲେ ଅଯୋଧ୍ୟା ଭୂଇଁ,

ଅଯୋଧ୍ୟା ବାସୀ ସ୍ବାଗତ କରିଲେ

ଖୁସିରେ ଦୀପ ଜଳାଇ ।।


ରାବଣକୁ ବଧି ଫେରି ଥିବାରୁ

କଲେ ରାମଙ୍କୁ ସମ୍ମାନ,

ଦୀପର ଆଲୋକେ ଉତ୍ସବ ପାଳି

ଦୀପାବଳି ଦେଲେ ନାମ ।।


ଏହି ଦିନ ଠାରୁ ପୂଜା ହୋଇଲେ

ମା ଲକ୍ଷ୍ମୀ ଓ ଶ୍ରୀ ଗଣେଶ,

ଧନ ଦୌଲତ ପ୍ରଦାନ କରନ୍ତି

ଏହା ଆମର ବିଶ୍ବାସ ।।


ଅମାବାସ୍ୟା ରାତିରେ ମା କାଳୀଙ୍କୁ

ପୂଜା କଲେ ଭକ୍ତି କରି,

ଦୟାମୟୀ ମା ଆଶିଷ ଦିଅନ୍ତି

ପାପ ତାପ ସବୁ ହାରୀ ।।


ହେ ମହାକାଳୀ ହୁଅ ଆବିର୍ଭାବ

କରୁଅଛୁ ନିବେଦନ,

ଅନ୍ୟାୟ ଅଧର୍ମ ନାଶ କରି ମା

ଧର୍ମର କର ସ୍ଥାପନ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational