STORYMIRROR

Aparti Charan Sethi

Comedy

4  

Aparti Charan Sethi

Comedy

ଲେଡି ବରଯାତ୍ରୀ

ଲେଡି ବରଯାତ୍ରୀ

1 min
12


ରୋଷଣୀ କରି ଆସୁଛି ବର‌

  ବାଜୁଛି ବ୍ୟାଣ୍ଡ ବାଜା,

ଡ୍ଯାନ୍ସ ମାରନ୍ତି ଲେଡିଜି‌ ଦଳ

   କରନ୍ତି ଭାରି ମଜା।

ବର ବି ବେଳେ ବେଳେ ଗାଡ଼ିରୁ

   ହଠାତ୍ ଉଠିପଡେ‌,

ମହିଳା ବର ଯାତ୍ରୀଙ୍କ ସହ 

   ନିର୍ଦ୍ଧୁମ୍‌ ଡ୍ଯାନ୍ସ ମାରେ।

ଉଡୁଛି ବାସ ଅତର‌ ଫେଣ

   ବରଫ ସ୍ପ୍ରେ ଭଳି,

ଝାଳ ବାହାରି ମେକପ ଗୁଡା 

   ଗଲାଣି ମୁଖୁଁ‌ ଛାଡ଼ି।

ଏକରଙ୍ଗିଆ ଲାଙ୍ଘା‌ ମିଳିଛି

   ବର ପକ୍ଷରୁ ପୁଣି,

ଝିଅ କି ଅଧାବୟସୀ‌ ବୁଢି‌

   ହୁଅନ୍ତି ନାହିଁ ଚିହ୍ନି‌।

ଧନ୍ୟ ଏ ଯୁଗ କି ରଙ୍ଗ ଢ଼ଙ୍ଗ

   ଲେଡିଜିମାନଙ୍କର,

ବିୟରମାଡ ନିଶା ପ୍ରବଳ

   ପାଦ ଯେ ଟଳମଳ।

ଫରମାଇସ ଗୀତ ଚାଲିଛି

   ଡିଜେ‌ ସାଉଣ୍ଡ ତାଳେ,

ଲେଡିଜି‌ ବର ଯାତିରୀ‌ ନାଚ

  ଦେଖିଲେ ଆତ୍ମା ଛାଡ଼େ।

ମଣ୍ଡପ ଭିଡ଼ ମଟନ ଝୋଳ

   ଖୋଲିଛି ମଦଟାଙ୍କି,

ବର୍ଫେ ସିଷ୍ଟମ ବହେ ଭୋଜନ

   କରିବେ ଦେଖିଦାଖି‌।

ଥିଲା ସେ ବେଳ କେତେ ସୁନ୍ଦର

   ମାତ୍ର ପୁରୁଷ ଯାତ୍ରୀ,

ବର ସାଙ୍ଗରେ ଯାଉ ନ ଥିଲେ

   ଗୋଟିଏ ମାତ୍ର ସ୍ତ୍ରୀ।

ଯେମିତି ଶବ ସାଙ୍ଗରେ କେଉଁ

   ମହିଳା ଯିବା ମନା,

ସେମିତି ସ୍ତ୍ରୀ ବର‌ ଯାତିରୀ‌ 

   ଥିଲା ତ କଟକଣା‌।

ସେ ସବୁ ଆଜି ଗଲା ବଦଳି

   ବର ଯାତିରୀ‌ ହୋଇ,

ଯଦିବା‌ ନାରୀ ଆସିବେ ନାହିଁ

   ବର ଖାତିରି ନାହିଁ।

ପୁଳାଏ ସ୍ତ୍ରୀ ସାଥିରେ ଧରି

   ଆସୁଛି ଯେଉଁ ବର‌ ,

ସେହି ବରଟି ଏକ ନମ୍ବର

    ଖାତିରି ଅଛି ତାର।

ନାରୀ ସଶକ୍ତିକରଣ ଆଜି

    ଖୀପ୍ର ଗତିରେ ମାଡ଼େ,

ତେଣୁ ଗଡୁଛି ପ୍ରଗତି ରଥ

    ଆମ ଏ ଓଡ଼ିଶାରେ।

ନାରୀ ଧରୁନି ବେଲଣା ଚଟୁ

   ଧରେ ଶାସନ ଝାଡୁ,

ହଡା‌ ବଳଦ ସମ ପୁରୁଷ

   ବଞ୍ଚୁଛି ମରୁମରୁ‌।

ନାରୀ ଜନନୀ ଜାୟା‌ ଭଗିନୀ

    ନାରୀ ମମତା ରୂପ,

କାହିଁ ସେ ଆଜି ଚାଖଣ୍ଡେ ପିନ୍ଧି

    କରେ ଉଦଣ୍ଡ ନୃତ୍ୟ।

ୟା'ପାଇଁ କ'ଣ ନାହିଁ ଆଇନି‌

    ନାହିଁ ଶାସନ କଳ,

ବସ୍ତ୍ର ଭୂଷଣ ଶାଳୀନତାରେ

   ନଜର ଦେଲେ ଭଲ।

ସ୍ଵାଧୀନତାର ଆଳରେ‌ କେହି

   ସ୍ଵେଚ୍ଛାଚାରିତା ନୋହୁଁ,

ସଭିଙ୍କ ବୁଝାମଣାରେ‌ ଆମ

   ସଂସ୍କୃତି ବଞ୍ଚିଥାଉ‌।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy