STORYMIRROR

shmitaa mohanty

Comedy

4  

shmitaa mohanty

Comedy

ଝିଟିପିଟିର ପ୍ରେମ

ଝିଟିପିଟିର ପ୍ରେମ

1 min
432

ଝିଟିପିଟି ଲେଖିଲା ଚିଠି

ପ୍ରିୟତମ ତୁମେ ଅଛ କେଉଁଠି

ହେଉଛି ମୁଁ ଛାଟିପିଟି

ବୁଝ ଟିକେ କାଲି ଆମ ଚଉଠି

ବାଟ ଚାହିଁଛି ସକାଳୁ ଉଠି

ବସି ବସି ମୋର ବିନ୍ଧିଲା ପିଠି

ଦିଶୁଛ ମୋତେ ତମେ ସବୁଠି

ମୋତେ ଛାଡି କିଆଁ ବୁଲ ଏଠି ସେଠି

ପ୍ରେମ ବାହାରିଲା ହୃଦୟ ଫାଟି

ପିମ୍ପୁଡି ଖାଉଛି ତାକୁ ଚାଟି

ସାଇତି ରଖିଛି ସ୍ମୃତି କୁ ସାଉଁଟି

କାନ୍ଦୁଛି ମୁଁ ଆଜି ମୁଣ୍ଡକୁ ପିଟି

ପ୍ରିୟତମ ତମେ ଆସ ଝଅଟି

ଏଣ୍ଡୁଅ ପଚାରେ ଆଲୋ ଝିଟିପିଟି

କହ ତୋ ପ୍ରେମିକ ଅଛି କେଉଁଠି

ଏଣ୍ଡୁଅକୁ ଦେଖି କହେ ଝିଟିପିଟି

ଘର ମୋ ବୁଡିଲା ଛାତି ଯାଉଛି ଫାଟି

ଝିଟିପିଟି ଦେଖି ମାରିଲା ସିଟି

ସିଟି ଶୁଣି ତା ପ୍ରେମିକ ଆସିଲା ଲେଉଟି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy