Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rakesh Mahana

Comedy Others Children

4.5  

Rakesh Mahana

Comedy Others Children

ଗଣିତ ପୁରାଣ

ଗଣିତ ପୁରାଣ

1 min
145



ଜୟ ହେ ଗଣିତ    ଜୟ ହେ ଜ୍ୟାମିତି 

       ଜୟ ଜୟ ପରିମିତି ।

ଜୟ ତୁ ଅଙ୍କନ      ଜୟ ଉପପାଦ୍ୟ

      ଜୟ ହେ ତ୍ରିକୋଣମିତି ।।

ତୋହରି ଆଶିଷେ  କେତେ କେତେ ଜନ

      ହୋଇଗଲେ ମହାଜ୍ଞାନୀ ।

ତତେ ଆଶ୍ରା କରି      ହିସାବ କରଇ

      ଆମ ଗାଁ ବରା ଦୋକାନୀ ।।

ମିଶାଣ ଫେଡ଼ାଣ       ଗୁଣନ ହରଣ

      ଚାରୋଟି ପ୍ରକ୍ରିୟା ନେଇ ।  

ପିଲା ଠାରୁ ବୁଢା     ତତେ ଆଦରିଲେ

      ଧନ୍ଯ ତୋ ମହିମା ସେହି ।।

ଜୟ ହେ ଭଗ୍ନାଂଶ      ଜୟ ଦଶମିକ 

       ଜୟ ଜୟ ଅନୁପାତ ।

ତୁଳନା ନିମନ୍ତେ     ଲୋଡା ହୁଏ ପୁଣି

      ନାମ ତୋ ସମାନୁପାତ ।।

ସବୁଠୁ ସୁନ୍ଦର        ଗଣିତ ପାଠଟି

      ବୁଝିଗଲେ ଲାଗେ ମଜା ।

ବୁଝି ନ ପାରିଲେ     ଭାରି କଷ୍ଟ ଲାଗେ

      ଘୂରିଯିବ ତୁମ ଭେଜା ।।

କହୁଥିଲେ ଏହି       ଗଣିତ ପୁରାଣ 

      କେବେ ହେଲେ ସରିବନି ।

ଲେଖୁଥିଲେ ଏକ      ଗ୍ରନ୍ଥ ହୋଇଯିବ

       ଦୋଷ ମୋର ଧରିବନି ।।



Rate this content
Log in