ଭାରତର ଭବିଷ୍ଯ
ଭାରତର ଭବିଷ୍ଯ
ଟିକି ଟିକି ପିଲା ଆମେ
ଭାରତର ଭବିଷ୍ଯ ।
ଆସ ଆମେ ଗଢିବାରେ
ନୂଆ ଭାରତ ବର୍ଷ ।
ଅଟଇ ବିଦ୍ୟା ମହାଧନ
ଏହି ଭାବନା ରଖି ।
ଭାରତକୁ ଆଗେଇ ନେବା
ଆମେ ଭାରତବାସୀ ।
ହେଉ ହିନ୍ଦୁ ହେଉ ଜୈନ
ଅବା ମୁସଲମାନ ।
ଗୋଟିଏ ଡୋରିରେ ବନ୍ଧା
ଆମେ ସର୍ବେ ସମାନ ।
ଉଚ୍ଚ ନୀଚ୍ଚ ଭେଦ ଭାବ
ରଖିବାନି ରେ କେବେ ।
ହାତରେ ହାତକୁ ଛନ୍ଦି
ଜିତିବା ବାଜି ତେବେ ।
କିବା ଧନୀ କିବା ଗରିବ
ଦରଜା ଦେବା ଖୋଲି ।
ସଭିଏଁ ପଢି ବଢିବେ ସର୍ବେ
ସହର ହେଉ ବା ପଲ୍ଲୀ ।
