Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rakesh Mahana

Comedy

4.8  

Rakesh Mahana

Comedy

ଲକ୍ ଡାଉନ୍

ଲକ୍ ଡାଉନ୍

1 min
435



ସରକାର ଆମ ଘୋଷଣା କରିଲେ 

ଲକ ଡାଉନ ଚାଲିଛି , 

ଜନତା ଆମର ଭାରି ସଚେତନ 

କିଏବା ନିୟମ ମାନୁଛି ।

ପେଁ ପାଁ ଗାଡି ଧାଉଁଛି ......

କୋଡିଏ ଟଙ୍କାର ମାସ୍କ କୁ ପିନ୍ଧି 

କରୋନା ଲଢିବ କହୁଛି ।


ଲକ ଡାଉନ ବଢି ବଢି ଯାଏ

ପରିବା ଦର ବଢୁଛି ,

ବାଇଗଣ କହେ ପୋଟଳକୁ ଧିରେ 

ଆକାଶ ରେ ମୁଁ ଚଢୁଛି ।

ଖାଇଲା ବାଲା ଖାଉଛି .....

ନ ଖାଇଲା ବାଲା ଚାତକଟେ ପରି

ପାଟିକୁ ମେଲାଇ ରହିଛି ।


ଗାଁ ଗହଳିରେ ତାସ କୁ ଲୁଡୁ

ସଞ୍ଜ ହୋଇଲେ ଜମୁଛି , 

ଲକ ଡାଉନେ ନିଧିଆ ଭାଇନା 

ଫକ ଫକ ଖାଲି ଡେଉଁଛି । 

ଚଷା ଭାଇ ମୁଣ୍ଡ ଘୂରୁଛି .....

ସତରେ ତାହାର ଲକ ଟା ପୁରା

ତଳକୁ ତଳକୁ ଯାଉଛି ।




Rate this content
Log in

Similar oriya poem from Comedy