Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prabhati Mahapatra

Comedy Inspirational Others

4  

Prabhati Mahapatra

Comedy Inspirational Others

ବନ୍ଧୁ ମୋର ଭାରି ବଢିଆ

ବନ୍ଧୁ ମୋର ଭାରି ବଢିଆ

1 min
216



ଷ୍ଟୋରି ମିରର୍ ରେ ଗଢିଛି ଘର

ଜଗନ୍ନାଥ ନାମେ ଖୋଲେ ଦୁଆର ।


ଆସି ଗଲେ କେତେ ଭକତ ଭାଇ

ସୁପ୍ରଭାତ ବୋଲି ଉଠିଲେ ଗାଇ ।


କିଛି କ୍ଷଣ ପାଇଁ ଖୋଜଲେ ଫଟୋ

ଭଉଣୀ ଭାଉଜ ହୋଇବେ ଭେଟ ।


ସୁଖ ଦୁଃଖ ପଦେ କହିବେ ବସି

ଅମା ଅନ୍ଧକାରେ ଉଇଁବ ଶଶି ।


ପୁଣି ଚର୍ଚ୍ଚା ହେବ କିଏ ଲେଖିଛି

କମେଣ୍ଟ ଦେବାକୁ ସୁନ୍ଦର ବାଛି ।


କେଉଁ ବନ୍ଧୁ ଲେଖେ ଅତି ସ୍ନେହରେ

ଗୋଲାପି ସୁଗନ୍ଧ ପ୍ରେମ ଅତରେ ।


କିଏ ସେ ଲାଇକ ଦିଅନ୍ତି ଡରେ

ପୁଣି କିଏ ଦେଲେ ଈର୍ଷା ଜହରେ ।


ସକଳର ନୁହେଁ ନିର୍ମଳ ଚିତ୍ତ

ତଥାପି ମୁଁ ରଖେ ବନ୍ଧୁ ମହତ୍ ।


ମନ କଥା ମନେ ନରଖ ଚାପି

ଆଜି ପରା ଦିନେ ଲେଖନ୍ତୁ ହାପି ।


ବିଶ୍ଵ ବନ୍ଧୁ ଦିନେ ବଢାଅ ହାତ

ରଖିବା ଭାରତ ମାନ ମହତ୍









Rate this content
Log in

Similar oriya poem from Comedy