STORYMIRROR

Geetanjali Prusty

Comedy

4  

Geetanjali Prusty

Comedy

ହେ ଈଶ୍ୱର କରିଦିଅ ମୋତେ ରାଜନେତା

ହେ ଈଶ୍ୱର କରିଦିଅ ମୋତେ ରାଜନେତା

1 min
396


ହେ ଈଶ୍ୱର କରିଦିଅ ମୋତେ ରାଜନେତା

ସବୁଠି ମୋ ପାଶେ ପ୍ରଜା ଭିଡ଼ ଥିବ

ହୁରି ପଡୁଥିବ ମୋ ନାମଟା,

ଆଗେ ଆଗେ ମୁହିଁ ବାଟ ଚାଲୁଥିବି

ମୋ ପଛରେ ରାଲି ଚାଲିଥିବ

କୁଣ୍ଢେମୋଟ ହେବ ମୋ ଛାତିଟା

ହେ ଈଶ୍ୱର କରି ଦିଅ ମୋତେ ରାଜନେତା |


ଥରଟିଏ ମୋତେ ମନ୍ତ୍ରୀ କରିଦେଲେ

ତୁମକୁ ଦେବି ମୁଁ ବୋଦା ବଳି

କଳା ଧନ ଯେତେ ସାଇତି ରଖିବି

ମୋ ଚଉଦ ପୁରୁଷ ଯିବେ ଚଳି,

ବଦଳି ଯିବ ମୋ ଚଳଣିଟା

ହେ ଈଶ୍ୱର କରି ଦିଅ ମୋତେ ରାଜନେତା |


ଦିନ ଥିଲା ମୁଁ ଯେ ଥିଲି ଦାଗୀ

ଜେଲ ଫେରନ୍ତା ଆସାମୀ ଟେ ବୋଲି

ଲୋକେ ମୁହଁ ମୋଡ଼ୁଥିଲେ

ମୋତେ ଦେଖି

ଏବେ ପରା ମୋତେ ଜୁହାର ହୁଅନ୍ତି

ମୋ ଗଳା ରେ ମୋଟା ମଳ ରଖି

ଏତେ ସବୁ ଦେଖି ଉଲ୍ଲସୀ ଉଠୁଛି

ମୋ ପ୍ରାଣ ଟା

ଦେବି ମୁଁ ତୁମକୁ ସୁନା ଚିତା 

ହେ ଈଶ୍ୱର କରିଦିଅ ମୋତେ ରାଜନେତା|


ମଣିଷ ମାରିକି ଦେଶ କୁ ଶୋଷିକି

ଜାତୀୟ ସମ୍ପତ୍ତି ଲୁଟୁ ଥିବି

ଖଣି, ପାଣି ଯେତେ ଦରବ ଖାଇ ମୁଁ

ବଡ଼ ମୁଣ୍ଡିଆ ଟେ ବନି ଯିବି

ଖବର କାଗଜେ ନିତି ଦେଖୁଥିବି

ଶିରୋନାମା ପରେ ମୋ ଛବିଟା

ହେ ଈଶ୍ୱର ! କରିଦିଅ ମୋତେ ରାଜନେତା 

ହେ ଈଶ୍ୱର କରି ଦିଅ ମୋତେ ରାଜ ନେତା |


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy