Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

padmaja pati

Comedy

3  

padmaja pati

Comedy

ବହିଟିଏ ମୁଁ

ବହିଟିଏ ମୁଁ

1 min
234


କାଗଜରେ ଗଢ଼ା ଦେହଟା ମୋହର

ଲେଖା ତ ଛାପା କାଳିରେ

ଜ୍ଞାନର ଭଣ୍ଡାର ବିଦ୍ୟାର୍ଥୀଙ୍କ ଶ୍ରଦ୍ଧା

ପାଉଥିଲି ଘରେ ଘରେ ।

ଏବେ ମୁଁ ଦେଖୁଛି ପଢିବାକୁ ମୋତେ

ସମୟ ନାହିଁ କାହାର

ମୋବାଇଲ ଧରି ଶିକ୍ଷିତ ସମାଜ

ହୁଅନ୍ତି ଘରୁ ବାହାର ।

କେବେ ନିଜକୁ ମୁଁ ଆବିଷ୍କାର କଲି

ଅଳିଆ ଗଦା ଭିତରେ

ପାଠାଗାର ସବୁ ହୋଇଲାଣି ବନ୍ଦ

ପଡିଥାଏ ଆଲମିରାରେ ।

କାଗଜ ବହିରୁ ଡ଼ିଜିଟାଲ ବହି

ତିଆରି ହେବାର ବେଳ

ଉଇ ମୋତେ ଆଉ ପାରିବନି ଖାଇ

ଭୂତାଣୁ ଶତ୍ରୁ କେବଳ ।

ଜଗନ୍ନାଥଙ୍କର ନବ କଳେବର

ଏ ସାରା ସଂସାରେ ଖ୍ୟାତ

କାଗଜ ବହିରୁ ଡ଼ିଜିଟାଲ ବହି

ଜାଣୁଛି ହେବି ନିଶ୍ଚିତ ।

ଭୂତାଣୁ କି ଉଇ କବଳିତ ହେଲେ

ହରାଇବି ମୋ ଶରୀର

ତା ' ଠାରୁ ଅଧିକ ଦିଅଇ ଯାତନା

ପାଠକର ଅନାଦର ।


Rate this content
Log in

Similar oriya poem from Comedy