Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sukanti Hotta

Comedy Tragedy

5.0  

Sukanti Hotta

Comedy Tragedy

ରୂପବତୀ ମୋ ଘରଣୀ

ରୂପବତୀ ମୋ ଘରଣୀ

1 min
217


ରୂପବତୀ ମୋର ସୁନ୍ଦର ଘରଣୀ

ଘରକୁ ସୁନ୍ଦର ଗଢିଛି

ମାୟା ମୋହ ଜାଲେ ମୋତେ ବାନ୍ଧିଦେଇ

ସଭିଙ୍କୁ ପର କରିଛି l


ଯେବେଠାରୁ ମୋର ହାତ ଧରିଦେଲା

କି କିମିଆ ମୋତେ କଲା

ତାର କଥାରେ ନାଚୁଅଛି ମୁଁହି

ରାତିର ନିଦ ହଜିଲା l


ଭାବିଥିଲି ନାରୀ ଅଟେ ନାରାୟଣୀ

ଦୁଇ କୁଳର ହିତା

ଭାବନା ମୋର ଭୂଲ ହୋଇଗଲା

ମୋତେ କାଟିଦେଲା ଚିତା l


ଯେତେକ ଅର୍ଜିଲି ତାର ହାତେ ଦେଲି

ଉପାୟ ଶୂନ୍ୟ ହେଲି

ପ୍ରତିଦିନ ତାର ମନ ରଖିବାକୁ

ସିନେମା ମଲ ନେଲି l


ଜ୍ୱାଳାମୂଖୀ ମୋର ଘରଣୀ ହୋଇଲା

ମୋର କଥା ମାନିଲାନି

ପ୍ରେମ କରିବାର ଫଳ ମିଳିଗଲା

ସୁଖ ମୁଁ ପାଇଲିନି l


ରାତିଦିନ ଖାଲି ମନଦୁଃଖ କରି

ମୁଣ୍ଡ ମୋର ଚନ୍ଦା ହେଲା

ରୂପକୁ ଦେଖି ବାହା ହେଲି ସିନା

ଦୁଃଖରେ ଜୀବନ ଗଲା l


ପିଲାମାନେ ଆମ ଝଗଡ଼ାକୁ ଦେଖି

ବୁହାଇଲେ ନିତିଲୁହ

କେମିତି ଗଢିବି ସୁଖର ସଂସାର

ମନରେ ଉଠଇ କୋହ l


ମନ୍ଦିରକୁ ଯାଇ ପୂଜା ପାଠ କରି

କେତେ ମାନସିକ କଲି

ଜୀବନ ନାଆରେ ଅଶାନ୍ତି ହୋଇ

ଭାଗ୍ୟକୁ ନିନ୍ଦା କଲି l


Rate this content
Log in

Similar oriya poem from Comedy