ନଖିନାନୀ ପୁଅ ଭଗିଆ
ନଖିନାନୀ ପୁଅ ଭଗିଆ
ନଖିନାନୀ ପୁଅ ଭଗିଆ
ନୂଆକୁ କବିଟେ ହେଇଚି
ଯୋଉଠି ପାଇଲା ସେଇଠି
ମନକୁ କବିତା ଗାଉଚି !
ନଖିନାନୀ ପୁଅ ଭଗିଆ
ନୂଆକୁ କବିଟେ ହେଇଚି........
ଯିଏ ତ ଶୁଣିଲା ତାବଦା
ଛେପକୁ ପକାଇ ଆଉଚି
ଚଉଦ ପୁରୁଷ ଭିତରେ
ସତେକି କବିଟେ ଭେଇଚି !
ନଖିନାନୀ ପୁଅ ଭଗିଆ
ନୂଆକୁ କବିଟେ ହେଇଚି........
ଲେଖାରେ ଭାବକୁ ଆସୁନି
ଶବଦ ପୋଡ଼ିକି ଖାଇଚି
ତଥାପି କବିରେ ଗଣାକୁ
ଖରଚ କେତେ ସେ ଦେଇଚି !
ନଖିନାନୀ ପୁଅ ଭଗିଆ
ନୂଆକୁ କବିଟେ ହେଇଚି........
ସରମ ନାହିଁଟି ମୁହଁକୁ
ପ୍ରଶଂସାପତର ଧଇଚି
କିଣିକି ଫୁଟାଣି ବାହାରେ
ଛବିକୁ ଦେଖାଇ ବଇଚି !
ନଖିନାନୀ ପୁଅ ଭଗିଆ
ନୂଆକୁ କବିଟେ ହେଇଚି........
ମୂରୁଖ ଦୋଷଟା କଟିନି
ପଣ୍ଡିତ ନିଜକୁ ଥୋଇଚି
କାନ୍ଧରେ ଝୁଲାକୁ ଗଳେଇ
ସଭାକୁ ହାଉଲେ ଯାଉଚି !
ନଖିନାନୀ ପୁଅ ଭଗିଆ
ନୂଆକୁ କବିଟେ ହେଇଚି........
ଲୁଙ୍ଗୁଡ଼ା ପେରମ ଧକେଇ
ଉତ୍ତମ ମଧ୍ୟମ ପାଇଚି
କବିର ବାସନା ଛାଡ଼ିନି
ମନକୁ ଉପାଧି ନେଇଚି !
ନଖିନାନୀ ପୁଅ ଭଗିଆ
ନୂଆକୁ କବିଟେ ହେଇଚି........