STORYMIRROR

Sudhir Kumar Panda

Comedy Others

3  

Sudhir Kumar Panda

Comedy Others

ସ୍କୁଲରେ ପ୍ରଥମ ଦିନର ଅନୁଭୂତି

ସ୍କୁଲରେ ପ୍ରଥମ ଦିନର ଅନୁଭୂତି

1 min
232

ପିଲାବେଳୁ ଥିଲା ମୋର ପଢିବାର ସଉକ

ଗପ ଆଉ ଗୀତ ପଢା ଲାଗୁଥିଲା କୌତୁକ।

ବୋଉ ଦିନେ କହିଦେଲେ ପୁଅକୁ ନେଇ ଯାଅ

ପାଖ ସ୍କୁଲ ଦେଖି ତାକୁ ଦାଖିଲ ତ କରାଅ।

କେତେ ଆଉ ଘରେ ବସି ଗପ ଗୀତ କରିବ

ସ୍କୁଲ ଗଲେ ସାଙ୍ଗ ମେଳେ ପାଠ ଟିକେ ପଢିବ।

ମୁଣ୍ଡକୁ କୁଣ୍ଡାଇ ମୋର ସଫା ଜାମା ଗଳାଇ

ସ୍କୁଲ ଚାଲ ବାବୁ କହି ମୋତେ ନେଲେ ବଢାଇ।

ରାସ୍ତାରେ ଗୋଟିଏ ସ୍କୁଲ ଦେଖି ବାବା ରହିଲେ

ସେଠାରେ ଶ୍ରେଣୀକୁ ଯାଇ ଅଭିଳାଷ କହିଲେ।

ସେ ଶ୍ରେଣୀରେ ଶଶୀ ମାଷ୍ଟ୍ରେ ସାହିତ୍ୟର ଶିକ୍ଷକ

ସାହିତ୍ୟ ବହି ବଢାଇ ହେଲେ ସେ ନିରୀକ୍ଷକ।

ପାଟିରେ ବାଟୁଳି ମୋର ଲାଗିଲାନି ପଢିଲି

ମୋ ପଢିବା ପ୍ରତିଦାନେ ପ୍ରଶଂସାରେ ବୁଡିଲି।

ଶିକ୍ଷକ ପାଖକୁ ଡାକି କହିଲେ ମୋ ବାପାଙ୍କୁ

ଏହି ଶ୍ରେଣୀ ଷଷ୍ଠ ଅଟେ ନେଇଯାଅ ଏହାକୁ।

ଏହା ମଧ୍ୟ ଇଂରାଜୀ, ଯିବ ଏ ପ୍ରାଥମିକ

ପଢାଅ ଦ୍ବିତୀୟ ଶ୍ରେଣୀ, ଲୋଡାନାହିଁ ୟା ଏକ।

ସ୍କୁଲର ଠିକଣା ସାର ଦେଲେ ବାରେ ବତାଇ

ମନ ହରସରେ ସାଥେ ନେଲେ ବାଟ କଢାଇ।

ଏହିପରି ଭାବେ ମୁହିଁ ପଢିନାହିଁ ପ୍ରଥମ

ଦ୍ବିତୀୟ ଶ୍ରେଣୀରୁ ମୋର ପାଠପଢା ମରମ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhir Kumar Panda

Similar oriya poem from Comedy