Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ranjan Kumar Brahma

Comedy

5.0  

Ranjan Kumar Brahma

Comedy

ହଇ ମ'

ହଇ ମ'

1 min
274


ତୁମ ପ୍ରେମ

ଯେହ୍ନେ ତତଲା ତଇରେ ପାଣି ଟୋପାଟି 

ନାଚେ ଥେଇ ଛମ ଛମ ।


ତୁମ ହସ

ଯେହ୍ନେ କରି ଶୁଣ୍ଢ ଉପରକୁ ଉଠି

ପୁଣି ତଳେଇ ବାଛୁଛି ଘାସ ।


ତୁମ ଚାଲି

ଯେହ୍ନେ ଇଛା ନ ଥାଇ ପଢିବା ପାଇଁ କି 

ଟୋକା କଲେଜ ଯାଉଛି ବୁଲି ।


ତୁମ କଥା 

ବାଦି ପାଲା ମଞ୍ଚ ଯେହ୍ନେ ବଖାଣେ

ତାହା ସଭିଏଁ ବୁଝିଲେ ହେଲା ।


ତୁମ ରାଗ

ବାତ୍ୟା ବେଳରେ ଓଡିଶା ଉପରେ

ଯେହ୍ନେ ରହୁ ଅଛି ପାଣି ପାଗ ।


ତୁମ ବୁଦ୍ଧି

ଅମଳ ଧାନର ପତିଲି ଉପରେ

ଯେହ୍ନେ ନଡା ହୋଇଥାନ୍ତି ଲଦି ।


Rate this content
Log in

Similar oriya poem from Comedy