STORYMIRROR

Ranjan Kumar Brahma

Inspirational Children

4  

Ranjan Kumar Brahma

Inspirational Children

ହନୁ କଥା

ହନୁ କଥା

1 min
267


କରଞ୍ଜ ପତର ପିତା ।

ଚାଖି ଚାଖି କହେ

ହନୁ ମାଙ୍କଡ଼,

ପିତା ନୁହଁ ଭାରି ମିଠା ।।


ଚଇତି ଖରା ଯେ ଚାଇଁ ।

ଅଂଶୁଘାତ ଭୟ

ଜମାରୁ ନାହିଁ,

ପାଖେ ଥିଲେ ତରୁ ଛାଇ ।।


ଚଇତି ପବନ ମଜା ।

ହନୁ ଗଛ ଡାଳୁ

ଝୁଲି ଝୁଲି କହେ 

ଗାଆଁ ପରିବେଶ ମଜା ।।


ମହାବଳ ବୁଲେ ଏକା ।

ପାଖେ ଜାତି ଭାଇ 

ଏକାଠି ଥିଲେ ,

ବାଘ ବଳ ହୁଏ ଫିକା ।।


ଜୀବନ ଜଳକୁ ନେଇ 

ନଳକୂପ ଜଳ 

ସବୁଠୁ ଭଲ 

ଜମା ନଷ୍ଟ କର ନାହିଁ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational