କାହିଁଗଲା ମୋର ପିଲାଦିନ
କାହିଁଗଲା ମୋର ପିଲାଦିନ
ଶିଶୁ କବି ରୁଦ୍ରରୂପା ବ୍ରହ୍ମା
କାହିଁଗଲା ମୋର ପିଲାଦିନ
ସାଙ୍ଗପିଲା ପାଖେ ଥିଲା ମୋ ମନ ।
ଲୁକାଛୁପି ଖେଳ କଣ୍ଢେଇ ଖେଳରେ
ପୂରି ଯାଉଥିଲା ମୋର ମନ ।
କାହିଁ ଗଲା ମୋର ସେ ପିଲାଦିନ ?
ବାଲି ମାଟିରେ ଗୋଳାଇ ହୋଇ
ଖେଳୁଥିଲୁ ଆମେ କେତେ ଯେ ଖେଳ।
ମାଡ଼ ବାଜିଗଲେ କାନ୍ଦ କାନ୍ଦ ହୋଇ
ଖୋଜୁଥିଲୁ ନିଜ ମାଆର କୋଳ ।
ଶୁଖୁ ଥିଲା ସାଙ୍ଗ ପାଖରେ ମୁହଁ
କାହିଁଗଲା ମୋର ସେ ପିଲା ଦିନ ?
ଯାହା ମଗୁଥିଲେ ମିଳୁଥିଲା
ମିଠା ଚକୋଲେଟ୍ ଖେଳଣା ସବୁ ।
ପାର୍କ ଯାଇ ଖେଳୁଥିଲୁ ଦୋଳି
ତାହା ଥିଲା ମୋର ଆନନ୍ଦ ଦିନ
କାହିଁଗଲା ମୋର ସେ ପିଲା ଦିନ ?
ପାଠ ପଢିବା ନଥିଲା ଚିନ୍ତା
ଖେଳକୁଦ ଆଉ ଖୁସିର କଥା ।
ଅ ଆ ଇ ଈ ଚାରି ବର୍ଣ୍ଣ ସଙ୍ଗେ
ମଜା ଥିଲା ସେହି ବିତିବା ଦିନ
କାହିଁ ଗଲା ସେହି ମୋ ପିଲା ଦିନ ?
ଏବେ ଖୋଜୁଛି ଧୂଳି ଖେଳକୁ
ଗଛ ଛାଇ ମୋ ସେ ସାଙ୍ଗ ସାଥୀଙ୍କୁ ।
କାହିଁ ବଡ଼ ହୁଏ ମନକୁ ମନ
ଭଲ ଲାଗୁ ନାହିଁ ଗଡ଼ିବା ଦିନ
କାହିଁଗଲା ମୋର ସେ ପିଲାଦିନ ?
ମାମା ପାଟି କରେ ପାଠ ପଢାକୁ
ସାରିଲୁକି ପଢାଲେଖା ଘର କାମକୁ ।
ବଡ଼ ହୋଇଗଲେ ପଢାପଢି ବଢେ
ବୁଝି ବାବା କଥା ମନକୁ ମାରେ ।
ଏହି ବୟସରେ ପଛକୁ ଭାଳି
ଅଧିର ହେଉଛି ମୋହର ମନ
କାହିଁ ଗଲା ମୋର ସେ ପିଲା ଦିନ ?