Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rudrarupa Brahma

Abstract Inspirational

4  

Rudrarupa Brahma

Abstract Inspirational

ବାଲିଘର

ବାଲିଘର

1 min
177



ଯାଇଥିଲି ମୁହିଁ ସମୁଦ୍ର ବୁଲି

ବାବା ମାମାଙ୍କର ସାଥେ ।

ଧାଇଁ ଧାଇଁ ଗଲି ପାଣି ପାଖକୁ

ଖେଳିବାକୁ ଢେଉ ସାଥେ ।।


ଦେଖିଲି ସେଠାରେ ପିଲାଟେ ବସି

କରୁଛି ବାଲିର ଘର ।

ତାକୁ ଦେଖି ମତେ ଲାଗିଲା ସତେ ,

କରିବ ବଡ ମହଲ ।।


ଆସିଲା ବିରାଟ ଢେଉଟେ ମାଡି

ସମୁଦ୍ର ଭିତରୁ ଉଠି ।

ଚାଲିଲା ପୁଣି ପାଣି ଭିତରକୁ

ବାଲି ଘର ତାର ଭାଙ୍ଗି ।।


କହିଲି ରାଗିକି ବଡ ପାଟିରେ

ତୁ ଅଟୁ ବଡ ନିଷ୍ଠୁର ।

ଭାଙ୍ଗିଦେଲୁ ତାର ପରିଶ୍ରମକୁ

ଗଢିଲା ବାଲିର ଘର ॥


କହିଲା ପିଲାଟି ପାଖକୁ ଆସି

କରୁ କିଆଁ ତାକୁ ଗାଳି ?

ଭାଙ୍ଗି ଦେଲା ମୋର ବାଲିଘରକୁ

ତା ପାଖେ କରିଲି ବୋଲି ॥


ଚାଲିଗଲା ସେ ଏହା କହି ମତେ

ସତେ ହୁଃଖ ନାହିଁ ତାକୁ ।

ଲାଗିଲା ପୁଣି ଘର ତିଆରିରେ

ଆଗରୁ ଟିକେ ଦୂରକୁ ॥


ଦେଖୁଥିଲି ମୁହିଁ ତାକୁ ମନ ଦେଇ

କେଡେ ଧର୍ଯ୍ୟ ସତେ ତାର ।

କରୁଛି ବିରକ୍ତ ନ ହୋଇ ସିଏ

ଚେଷ୍ଟା କରି ବାରବାର ॥


ଶିଖିଲି ସେଦିନ ମୁଁ ତାହା ଠାରୁ

ହାର ମାନିବିନି କେବେ ।

ଧର୍ଯ୍ୟର ସହ କାମ କରୁଥିଲେ

ସଫଳ ହୋଇବା ସର୍ବେ ॥


        

       


Rate this content
Log in

Similar oriya poem from Abstract