Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rudrarupa Brahma

Tragedy Fantasy

3  

Rudrarupa Brahma

Tragedy Fantasy

ସପନ ବୁଲା

ସପନ ବୁଲା

1 min
210



କାଲିକି ଯିବି ନନ୍ଦନକାନନ

ଖୁସିରେ ଉଡୁଛି ଆଜିଠୁ ମନ।


ଦେଖିବି ସେଠି ପଶୁପକ୍ଷୀଙ୍କୁ

ଆନନ୍ଦକରିବି ନିଜ ମନକୁ ।।


ଭାବୁଛି କେମିତି ସକାଳହେବ

ଘରଦଣ୍ଡଟାରେ ଗାଡି ଲାଗିବ ।


ସେଥିରେ ଚଞ୍ଚଳ ବସିପଡିବି

ସାଇଡସିଟ୍ ଟି ମାଡି ବସିବି ।


ଏବେ ରାତିବେଳ ନିଦହେଉନି 

କଅଣ କରିବି ଭାବିପାରୁନି ।


ଏହି ନିଶାବେଳ କିପରିଯିବ 

କେତେବେଳେ ଭାନୁ ଉଠିଆସିବ ?


ଦେଖୁ ଦେଖୁ ଆସି ବେଳପାହିଲା

କିଚିରି ମିଚିରି ରାଵଶୁଭିଲା ।


ଉଠି ମୁଁ ସଅଳ କାମସାରିଲି

ସଭିଙ୍କସାଥିରେ ବସି ପଡିଲି ।


ମଜାରେ ମଜାରେ ଗାଡି ଚାଲିଲା

ଅଳପବାଟରେ ପଂଚରହେଲା ।


ମାମା ବୁଝାଇଲେ ଆଉ ନ ଯିବା 

ଘରେ ବସି ଆମେ କାମକରିବା ।


ସବୁ ଆଶା ମୋର ମଉଳିଗଲା

ଆଖି ସପନ ଆଖିରେ ରହିଲା ।


ବ୍ୟାଗଟିକୁ ମୁଁ ଫୋପାଡ଼ିଦେଲି 

ମୁହଁଟିକୁ ପୁରା ଶୁଖାଇଦେଲି ।


ଘରେଫେରି ମୁଁ କେତେ କାନ୍ଦିଲି

ଚଉକି ଉପରେ ବସିପଡ଼ିଲି ।


ଦୁଃଖ ସପନକୁ ନ ପାରି ଭୁଲି 

କବିତା ପଦରେ ସଜାଇ ଦେଲି ।।


 


Rate this content
Log in

Similar oriya poem from Tragedy