ବରଷା କାଳ
ବରଷା କାଳ
ବର୍ଷା ଆସୁଛିରେ ବର୍ଷା ଆସୁଛି
କଳା କଳା ମେଘ ଆକାଶରେ ।
ଆଗକୁ କେମିତି ମାଡି ଆସୁଛି
ଶିଖୀ ନାଚକରେ ମନ ଖୁସିରେ ।।
ବିଜୁଳି ଚମକେ ଘଡ଼ଘଡି ମାରେ
ପବନ ବହୁଛି କେଡେ ଶୀତଳ ।
ବେଙ୍ଗୁଲି ନାନୀ ସୂଚାଇ ଦେଉଛି
ଭଲ ବର୍ଷାଟିଏ ହେବ ଏଥର ।।
ଗଛ ନାଚୁଛନ୍ତି ମନ ଖୁସିରେ
ହଲାଇ ଶାଖା ପବନ ତାଳେ ।
ମଧୁର କଣ୍ଠରେ ଚଢେଇମାନେ
ଗାଉଛନ୍ତି ଗୀତ ଗଛର ଡା଼ଳେ ।।
ଆରମ୍ଭ ହେଲା ବରଷା କାଳ
ଘଡ଼ ଘଡି ସହ ବିଜୁଳି ମାଡ଼ ।
ପାଣି ପାଇବେ ଜୀବ ଜଗତ
ନବ ତରୁଲତା ହୋଇବେ ଜାତ ।।
ନଈ ନାଳ କୂଅ ସବୁ ପୋଖରୀ
ରହିବେ ଜଳରେ ପୂରଣ ହୋଇ ।
ମରୁଡ଼ିରୁ ରକ୍ଷା ପାଇବା ପାଇଁ
ବର୍ଷାକୁ ସ୍ୱାଗତ କରହେ ଭାଇ ।।
ବନ ମୋହତ୍ସବ ପାଳନ କର
ବରଷା ଋତୁଟି ଅଟଇ ସାର ।
ଜଳହିଁ ଆମର ମୁଖ୍ୟ ସମ୍ପଦ
ନଷ୍ଟ କରିବାନି ନେବା ଶପଥ ।।
