Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rudrarupa Brahma

Abstract Classics Children

4  

Rudrarupa Brahma

Abstract Classics Children

ମୋ ପ୍ରିୟ ପାଠଶାଳା

ମୋ ପ୍ରିୟ ପାଠଶାଳା

1 min
1.0K


ସୁନ୍ଦର କୋଠା ସୁନ୍ଦର ଶ୍ରେଣୀ

ମନକୁ ମୋର ନେଇଛି କିଣି 

ମୋ ପ୍ରିୟ ପାଠଶାଳା 

ତା ପରିବେଶ ଭାରି ସରସ

କରୁଛି ମତୁଆଲା ।


ମୋଅର ପ୍ରିୟ ଅତି ନିଜର 

ଅଟନ୍ତି ଗୁରୁ ଗୁରୁମା ମୋର 

ସୁଖ ଦୁଃଖରେ ସାହା

ପଢ଼ା ତାଙ୍କର ଉଚ୍ଚକୋଟୀର

ଭୁଲି ହୁଏନି ତାହା ।


ପ୍ରାର୍ଥନା ସଭା ମନକୁ ଛୁଏଁ 

ପିଲାଙ୍କ ଧାଡି ଶୃଙ୍ଖଳା କହେ 

ମନକୁ ନିଏ କିଣି 

ସଭିଙ୍କ କଣ୍ଠେ ଗୋଟିଏ ବାଣୀ 

ନମୋ ମା' ବୀଣାପାଣି ।


ଖେଳ ପଡିଆ ଭାରି ବଢିଆ 

ସାଙ୍ଗ ସାଥିରେ କଉତୁକିଆ

ଖେଳୁ ଯେ କେତେ ଖେଳ

ଖେଳ ଖେଳରେ ମନ ଖୁସିରେ

ବିତି ଯେ ଯାଏ ବେଳ ।


ଖୁସିରେ କେତେ ପାଳନକରୁ

ଉତ୍ସବ ସହ ଦିବସ ସବୁ 

ନିଆରା ମଜା ତା'ର 

ତାହା ଭିତରେ ବାର୍ଷିକୋତ୍ସଵ

ମନକୁ ଛୁଏଁ ମୋର ।


ସାଥିରେ ବହି ବସ୍ତାନି ଧରି 

ପିଲାଠି ବେଳୁ ଯେଉଁଠି ଯାଇ 

ଶିଖିଲି ନୂଆ ପାଠ

ବଢି ରଖିବି ତାହାର ମାନ

ରଖିବି ତା' ର ଟେକ  ।


Rate this content
Log in