STORYMIRROR

Ranjan Kumar Brahma

Classics

4  

Ranjan Kumar Brahma

Classics

ଦେଖାଇ ହେବା ଗୁଣ ନୁହଁ କି

ଦେଖାଇ ହେବା ଗୁଣ ନୁହଁ କି

1 min
375

ଦେଖାଇ ହେବା ତୁମ ଗୁଣ

ମହାପ୍ରଭୁ !

ଦେଖାଇ ହେବା ତୁମ ଗୁଣ

ସ୍ନାନକରୁଥିଲ ନିତ୍ୟ ମନ୍ଦିର ଭିତରେ 

ମଣ୍ଡପରେ କିଆଁ ଗୋଟିଏ ଦିନ

ଦେଖାଇ ହେବା ଗୁଣ ନୁହଁ କି ।


ମର୍ତ୍ତ୍ୟ ପୁରେ ଥିଲେ ଜ୍ୱର ବ୍ୟାଧି ଆସେ 

ପଥିରେ ସଭିଏଁ ରହନ୍ତି

ସୁସ୍ଥ ହେବା ପରେ ନୂଆ ଜାମା ପିନ୍ଧି 

ବୁଲିବାକୁ କିଏ ଯାଉଛି

ଦେଖାଇ ହେବା ଗୁଣ ନୁହଁ କି ।


ସାଧାରଣ ଯାନ ସବୁଠି ରହିଛି

ଗମନାଗମନ ପାଇଁ

ଉଚ୍ଚା ରଥପରେ ଭିଡ଼େ କିଏ ଯାଏ

ଭକତଙ୍କ ନାମ ନେଇ

ଘଣ୍ଟକୁ ବାଡେଇ ଗହଳି ବଢ଼ାଇ 

ଲୋକ ଦେଖାଣିଆ ନୁହଁ କି

ଦେଖାଇ ହେବ ଗୁଣ ନୁହଁ କି।


ଆଡ଼ପ ମଣ୍ଡପେ ବେଶ ଭଳି ଭଳି 

ନଅ ଦିନେ କିଏ ଫେରେକି

ଅଜବ ସଉକି ରଖିଛ ହେ ପ୍ରଭୁ 

ସୁନା ବେଶ ଦାଣ୍ଡେ ପଡିକି

ଦେଖାଇ ହେବା ଗୁଣ ନୁହଁ କି ।


ସବୁ ବର୍ଷ ଯାତ୍ରା କରୁଛ ହେ ସାଇଁ 

ବୁଝେ କି ଜଗତ ମରମ

ସଂହତି ଏକତା ମମତା ସାଧୁତା

ବଞ୍ଚାଇବା ବଡ଼ ଧରମ

ଓଡ଼ିଆ ଜାତିର ବିଶ୍ୱ ବାରତା 

ବିତରିବା ଗୁଣ ରଖିକି

ଏହା କ'ଣ ଦେଖାଇହେବା ଗୁଣ କି ।


ବାହୁଡା ବେଳରେ ସାଆନ୍ତାଣୀ ଡାକି

ଦାଣ୍ତ ମଝିଟାରେ ଓଃ ! କି କଳି 

ନୀଳାଦ୍ରି ବିଜେରେ ମନ୍ଦିର ବେଢାରେ 

ମନ ଧର କର ଧରି

ସବୁ ଲୀଳା ପ୍ରଭୁ ଜଗତର ପାଇଁ 

ଅଜବ ଏ ଜୀବ ବୁଝେ କି

ଜମା ଦେଖାଇବା ଗୁଣ ନୁହଁ ଟି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics