Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rudrarupa Brahma

Classics Fantasy

4  

Rudrarupa Brahma

Classics Fantasy

ଆଧୁନିକ ଡାକବାଲା

ଆଧୁନିକ ଡାକବାଲା

1 min
450


ଦିନ ଦ୍ବିପହରେ ଜଣେ 

   କବାଟକୁ ବାଡେଇଲା, 

ଛୋଟିଆ ଚିଠିଟେ ଆଣି

   ହାତକୁ ମୋ ବଢ଼ାଇଲା । 


ପଚାରିଲି ବାବାଙ୍କୁ ମୁଁ 

    କିଏ ସେ ଲୋକଟି ଥିଲା, 

ଉତ୍ତରରେ କହିଲେ ସେ 

    ଆଧୁନିକ ଡାକବାଲା । 


ନଥିଲା ଖାକି ପୋଷାକ 

    କାନ୍ଧେ ତାର ଖାକି ମୁଣି,

ସାଇକଲଟି ଯାଇଛି 

     ଏବେ ଗାଡ଼ିରେ ବଦଳି । 


ମୁଣିରୁ ସେ ଚିଠି କାଢି 

      ଜମାରୁ ବଢ଼ାଉନାହିଁ, 

ଗାଡିର ଡିକିରେ ସବୁ 

      ରଖି ବୁଲି ଆସେ ସେହି । 


ମୁଣ୍ଡରୁ ହଜିଛି ଟୋପି 

      ନାହିଁ ସେ ପୁରୁଣା ଠାଣି,

କାମଟି ହୋଇଛି ଏବେ 

      ସହଜ ସୁବିଧା ପୁଣି । 


ମୋବାଇଲରେ ଜଣାଏ 

      ସୂଚନାକୁ ଦେଇ, 

ସବୁପରା ବଦଳୁଛି

       ଆଧୁନିକ ଯୁଗ ଏଇ ।

 

          


Rate this content
Log in

Similar oriya poem from Classics