Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ranjan Kumar Brahma

Inspirational

4.0  

Ranjan Kumar Brahma

Inspirational

ପକ୍ଷୀ

ପକ୍ଷୀ

1 min
154



କେଉଁ କାରିଗର

ବୋଳିଦେଲା ରଙ୍ଗ

ତୋ ଚଞ୍ଚୁ ଚରଣେ ଦେହେ ।

ତାନରେ ମଧୁର 

ସୁଢୋଳ ଶରୀର 

ମନୁଜ ମନକୁ ମୋହେ ।।


ତରୁ ଶାଖା ପରେ 

ନିତି ରହୁ ତୁହି 

ପକ୍ୱଫଳ କୋଳି ଖାଉ ।

ସକାଳୁ ବାହାରି

ସଞ୍ଜ ଆଗୁ ଫେରି

ସ୍ୱାଧୀନ ଜୀବନ ଜିଉଁ ।।


ଚକା ନୟନରେ 

ଚକ୍ର ମାରି ଦେଖୁ 

ଜଗତର ହାଲ୍ ଚାଲ୍ ।

ପର ଉପକାରେ 

ଲୟ ରଖୁ ସଦା 

ଖୁସିରେ ତୁ ମସଗୁଲ୍ ।।


ଡେଣାକୁ ହଲାଇ 

ଆକାଶକୁ ଉଠୁ

ଲଂଘୁଛୁ ଜଙ୍ଗଲ ହ୍ରଦ ।

ମନଲୋଭା ରଙ୍ଗ

ବାଛି ବାଛି ଆଣି

ସଜାଉ ତୋ ଅଙ୍ଗ ମୁଖ ।।


କିଏ ସରି ହେବ 

ତୋ ରୂପ ଗୁଣକୁ

ଶ୍ରମକୁ ପାରିବ କଳି ।

ପାଟି ଜ୍ଞାନ ରଖି 

ସଂପର୍କ ସେତୁଟି 

ସହଜେ ଦେଉଛୁ ତୋଳି ।।


ବାର ମାସ ବୁଲୁ

ଏଠାକୁ ସେଠାକୁ 

ଛଅ ଋତୁ ତୋର ସଖା ।

ଜୀବଜଗତର 

ଅଭିନ୍ନ ଅଙ୍ଗ ତୁ

ତୋ ବିନା ଜୀବନ ଫିକା ।।


    


Rate this content
Log in

Similar oriya poem from Inspirational