Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ବି. ନିରୁପମା

Comedy

4.9  

ବି. ନିରୁପମା

Comedy

ଆଈ ମୋତେ ଦେଲା ଠାରି

ଆଈ ମୋତେ ଦେଲା ଠାରି

1 min
263



ଥରେ ଯାଇଥିଲି ମାମୁଁ ଘରକୁ ମୁଁ

ମାଆଙ୍କ ସାଥିରେ ବୁଲି ,

ଅନ୍ୟ ମାଉସୀ ଓ ପିଲା ଆସିଥିଲେ

ଦେଖି ଭାରି ଖୁସି ହେଲି ।


ସାଥୀ ହୋଇ କେତେ ଖେଳିଲୁ ,ବୁଲିଲୁ

ଖାଇଲୁ ଏକାଠି ମିଶି ,

କୃଷ୍ଣଚୂଡ଼ା କଢ଼ ଆଙ୍କୁଡ଼ା ଲଢେଇ 

କରିଲୁ ଛାଇରେ ବସି ।


ଅଗଣାରେ ଥରେ ଡେଉଁଥିଲି ଏକା

ଆଈ ମୋତେ ଦେଲା ଠାରି ,

କହିଲା ଜଣକୁ ଅଙ୍ଗୁଳି ଦେଖାଇ 

"ଇଏ ବଡ଼ ଲୋକ ଭାରି ।


ଅଛି ଗାଡ଼ି, ଘୋଡ଼ା, ମଟର ତାଙ୍କର

ବାହା ହେବୁକି ଲୋ ୟାଙ୍କୁ ,

ଦେଖୁନୁ କେମିତି ଗୋରା ତକ ତକ

ରସିକ ଟିକିଏ ନାଁ-କୁ ।"


ସେ ଲୋକ ବି ମୋତେ ଅନେଇ ହସିଲେ

କହିଲେ-"କହୁନୁ କିଛି ,

ରାଣୀ କରି ତୋତେ ରଖିବି ଲୋ ମୋର-

ଦୁଇତାଲା କୋଠା ଅଛି ।"


ଇଏ କେମିତିକା ଲୋକଟାଏ ଭାବି

ଲାଜରେ ଆସିଲି ଧାଇଁ ,

ମାଆ ପାଶେ ତୁନି ତୁନି କହିଦେଲି

କହୁଥିଲା ଯାହା ଆଈ ।


ସେଇ ଲୋକ କଥା ଶୁଣିଦେଲା ପରେ

ମାଆ ବି ହସିଲା କେତେ ,

କୁହାକୁହି ହୋଇ ଆହୁରି ହସିଲେ

ମାମୁଁ ଓ ମାଉସୀ ଯେତେ ।


କାନ୍ଦୁଣୁ ମାନ୍ଦୁଣୁ ହୋଇଗଲି ମୁହିଁ

ମାଆ କହିଦେଲା ସଫା ,

ହିସାବରେ ତୋର ଅଜା ହେବେ ପରା

ସିଏ ତୋ ମାଇଁଙ୍କ ବାପା !!


ଦାଣ୍ଡ ପାଖୁ ଅଜା ଫେରିଆସି ଆମ

କଥା ଶୁଣୁଥିଲେ ନଇଁ ,

କହିଲେ-"ବକଟେ ଛୁଆ ସିନା ଇଏ

କଥାରେ ଭଳିଲା ନାଇଁ ।"


ଠୋ ଠୋ ହୋଇ ହସିଲେ ସଭିଏଁ

ଲାଜରେ ମୁଁ ଉବୁଟୁବୁ ,

ଅଚିହ୍ନା ଲୋକଟା ମାଇଁଙ୍କର ବାପା

ଦିନ ଗଲା ଭାବୁ ଭାବୁ ।



Rate this content
Log in

Similar oriya poem from Comedy