STORYMIRROR

Kali Kumar

Comedy Romance Others

3  

Kali Kumar

Comedy Romance Others

ପରକୀୟା ପ୍ରୀତି 2

ପରକୀୟା ପ୍ରୀତି 2

1 min
321

ଗୁମ୍-ସୁମ୍ ହୋଇ ବସିଥିଲି ମୁହିଁ

ପରକୀୟା ପ୍ରୀତି ଖବର ପଢ଼ି 

ଘରର ମୁଖ୍ୟ ଦରଜା ଆଡ଼ି

ପତ୍ନୀ ମୋର ଆସିଲେ ମାଡ଼ି

ଛାଡ଼ୁଥିଲା ସେ ଅଜସ୍ର ରଡ଼ି

ଲାଗୁଥିଲା ସତେ କି,

ସେ ସାମୁଦ୍ରିକ ଲହଡ଼ି ।0।


ହାତ ଠାରି ତାକୁ ପାଖେ ଡାକିଲି,

ରାଗର ଅଭିପ୍ରାୟ ଟିକେ

କୁହ ତ ଖୋଲି,

ବୋଲି ତାକୁ ଯେବେ ପଚାରି ଦେଲି ।1।


କହିଲା ସେ ମୋତେ ତରାଟି ଚାହିଁ

ସରକାର ମୁହେଁ ଲାଜ କି ନାହିଁ !

ପରକୀୟା ନିୟମକୁ 

ଲିଗାଲ କଲା ସେ କି ପାଇଁ ?

ସରକାର ପାଖେ ଆଉ କିଛି କାମ କି ନାହିଁ !

ସରାଗେ କହିଲି, ପ୍ରିୟେ ! 

ତୁମେ ଆଉ ରାଗ ନାହିଁ

ସରକାର ନୁହଁ ;

ସୁପ୍ରିମକୋର୍ଟ ର ନିୟମ ଏହି ।2।


ପୁଣି ସେ ଟିକିଏ ରାଗି ଯାଇ

କହିଲା,

"ମୋତେ ତୁମେ ପାଠ ଆଉ ପଢ଼ାଅ ନାହିଁ!"

   ବେଳେ ଆସି 10ଟା ହେଲାଣି,

  ଆଜି ଅଫିସ କଣ ବାବୁଙ୍କର ଯିବାର ନାହିଁ ।3।


କାନ-ମୁଣ୍ଡ ମୁଁ ଆଉଁସି ହେଲି

ମୋ ଜ୍ଞାନ ମୁଣାକୁ, ମୋ ପାଖେ ରଖିଲି

ଭାବିଲି, ନାରାୟଣ ହାର୍ ମାନିଛି ଯହିଁ

ତା' ସାମ୍ନାରେ,

କେଉଁ ଗାଈର ଗୋବର ମୁହିଁ ।4।


ତହିଁ ପରଦିନ ସେ ହସି ହସି 

ପାଖରେ ମୋ ଆସି ପଡ଼ିଲା ବସି

କହିଲା, " ହେଇଟି ! ମୋ କଥା ଶୁଣୁଛ"

ମୁଁ କହିଲି,"ହିଁ! କୁହ କିସ କହୁଛ ?" ।5।


କହିଲା,

"ମୋର ଜଣେ ପୁରୁଣା ସାଙ୍ଗଟେ ଅଛି

ଏହି ସହରକୁ ନୁଆଁ ଆସିଛି ।

ଆମ ଘର ତ ଖାଲି ପଡ଼ିଛି

ଭଡ଼ା ଲାଗିବ ନୋଟିସ ଲାଗିଛି 

ସେ ରହିଲେ କିଛି ଅସୁବିଧା କି ଅଛି ? ।6।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy