STORYMIRROR

ମହାଗାଲୁଆ ସନୁ

Comedy

3  

ମହାଗାଲୁଆ ସନୁ

Comedy

ଅନୁତାପ(ବ୍ୟଙ୍ଗ)

ଅନୁତାପ(ବ୍ୟଙ୍ଗ)

1 min
298

ଆଜି କାଲି ପ୍ରେମ କରିବାକୁ ଡର ଲାଗୁଛି,

    ଚାରିଆଡେ ଖାଲି ହଳି ହଳି ଦିଶୁଛି,

ଦି ନମ୍ବରି ପ୍ରେମର ରଙ୍ଗରେ ,

    କହିଲେ କହିବ କହୁଛି ଆମକୁ ବ୍ୟଙ୍ଗରେ ।।


ଆଜି ଦେଖା ହେଲେ କାଲି ହୁଏ ପ୍ରେମ,

    ଚାଟ ଖିଆକୁ ଚାଟିଙ୍ଗର ଭ୍ରମ,

ସବୁ ଏଠି କୂଅ ଭିତରେ ବେଙ୍ଗରେ,

   କହିଲେ କହିବା କହୁଛି ଆମକୁ ବ୍ୟଙ୍ଗରେ ।।


ଗିଫ୍ଟ ଦିଆ ନିଆକୁ ବୁଲା ବୁଲି,

  ପାର୍କ ବଜାରେ ଅପେନ୍ ଚାଲେ କେଳି,

ବେତାଳିଆ ପ୍ରୀତିର ଢଙ୍ଗରେ,  

   କହିଲେ କହିବ କହୁଛି ଆମକୁ ବ୍ୟଙ୍ଗରେ ।।


ଟିକିଏ କଥାରେ ହୁଏ ବ୍ରେକଅପ ,

    ସଞ୍ଜ ବେଳେ ଆଉ କାହାସହ ହୁଏ ଟଚ ଅପ,

 ମାତାଲ ଏଠି ସବୁ ପଇସାର ରଙ୍ଗରେ,

    କହିଲେ କହିବ କହୁଛି ଆମକୁ ବ୍ୟଙ୍ଗରେ ।।


ଝିଅ ପାର୍କ ରେ ଆଉ କାହା ସହ,

     ପୁଅ ମାଲ ପିଏ ଚାଖନ ସାଙ୍ଗରେ,

ମଗ୍ନ ହେଇଛନ୍ତି ସବୁ ବେରଙ୍ଗରେ,

     କହିଲେ କହିବ କହୁଛି ଆମକୁ ବ୍ୟଙ୍ଗରେ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy