ଛାଡି ମୁଁ ଆସିଛି
ଛାଡି ମୁଁ ଆସିଛି
1 min
423
ହଁ ଛାଡ଼ି ମୁଁ ଆସିଛି
ଘର,
ପରିବାର,
ଅନୁରକ୍ତି,
ଯେବେ ହୃଦବହ୍ନି ଲାଗିଛି ।
ହଁ କିଛି ମୁଁ ପାଇଛି
ଏକତା,
ସମତା,
ଶାନ୍ତି
ଯେବେ ହୃଦବହ୍ନି ଲାଗିଛି ।।
ହଁ କିଛି ମୁଁ ଶିଖିଛି
ମାଟି,
ମମତା,
ଜୀବନ,
ଯେବେ ହୃଦବହ୍ନି ଲାଗିଛି ।।
ହଁ ମୁଁ ସୀମାନ୍ତ ରେ,
ଜଗିଛି,
ହସୁଛି,
ଆଉ କହୁଛି,
ତୁମେ ଖୁସି ରେ ରହିବ ବୋଲି ଅଛି ।।
