ତୃତୀୟ ସର୍ଗ
ତୃତୀୟ ସର୍ଗ
*କୃଷ୍ଣ ଙ୍କ ଚେତାବନୀ*
ବର୍ଷ ବର୍ଷ ବନ ରେ ବୁଲି
ବାଧା ବିଘ୍ନ ରେ ଚାଲି
ସହି ଖରା ଝଡ ବତାସ
ପାଣ୍ଡବ ଫେରିରିଲେ ଜୁଟାଇ ସାହସ
ସୌଭାଗ୍ୟ ଦିନେ ତା ଜାଗ୍ରତ ହେବ
ନୂଆଁ ସୁରୁଜ ଦିନେ ଉଦୟ ହେବ ।।୧
ମୈତ୍ରୀର ପାଠ ଶିଖେଇବାକୁ
ସମସ୍ତଙ୍କୁ ମାର୍ଗ ଦେଖେଇବାକୁ
ଦୁର୍ଯ୍ୟୋଧନ କୁ ବୁଝେଇବାକୁ
ଭୀଷଣ ସଂହାର ବଞ୍ଚିବାକୁ
ଭଗବାନ ହସ୍ତିନାପୁର ଆସିଲେ
ପାଣ୍ଡବ ଙ୍କ ଶାନ୍ତି ଦୂତ ସାଜିଲେ।।୨
ନ୍ୟାୟ ରେ ଅଧା ରାଜ୍ୟ ମାଗୁଅଛି
ଯଦି ସେଥିରେବି ସଂକୋଚ ଅଛି
ଦେଇଦିଅ ସାତ ଟି ଗ୍ରାମ
ରଖିନିଅ ଯେତେକ ଧାମ
ସେଠି ଆମେ ଖୁସି ରେ ରହିବୁ
ତୁମ୍ଭଙ୍କୁ ନିନ୍ଦା ନ କରିବୁ ।। ୩
ମାନ ଗୋବିନ୍ଦ ସେତିକି ନ ମାନିଲା
ସମାଜ ର ଆଶିଷ ପାଇ ନ ପାରିଲା
ଓଲଟି କୃଷ୍ଣ କୁ ବନ୍ଦୀ ଲାଗି ପ୍ରୟାସ କଲା
ଯାହା ଅସାଧ୍ୟ ସାଧିବାକୁ ଚେଷ୍ଟା କଲା
ଯେବେ ମଣିଷ ର ବୁଦ୍ଧି ମନ୍ଦ ହୁଏ
ସବୁ କିଛି ସେ ପୋଡି ଖାଏ ।। ୪
ଗୋବିନ୍ଦ ରଣ ହୁଙ୍କାର ଦେଲେ
ନିଜ ବିଶ୍ଵରୂପ ପ୍ରକାଶ କଲେ
ଧରିତ୍ରୀ ଗଗନ କମ୍ପିତ ହେଲେ
ଭଗବାନ କ୍ରୋଧ ରେ କହିଲେ
ଶିକୁଳି ବଢ଼ାଇ ବାନ୍ଧ ମୋତେ
ହେ ଦୁର୍ଯ୍ୟୋଧନ ! ବାନ୍ଧ ମୋତେ ।।୫
ଦେଖ ଆକାଶ ମୋ ଠାରେ ଶେଷ
ଦେଖ ପବନ ବି ମୋ ଠାରେ ଶେଷ
ମୋ ଠାରେ ବିଲୟ ସବୁ କିଛି
ମୋ ଠୁ ସୃଷ୍ଟ ସଂସାର ସବୁ କିଛି
ଅମରତ୍ୱ ଭାସୁଛି ମୋ ଠାରୁ
ମୃତ୍ୟୁ ବି ସୃଷ୍ଟ ମୋ ପାଖରୁ ।। ୬
ସୂର୍ଯ୍ୟ ର ଆଭା କପାଳେ ମୋର
ବକ୍ଷ ସ୍ଥଳ ଯାର ଭୂମଣ୍ଡଳ ବିସ୍ତାର
ଭୁଜ ରେ ସାରା ବ୍ରହ୍ମାଣ୍ଡ ସାର
ମେନକା ପର୍ବତ ମୁକୁଟ ମୋର
ଗ୍ରହ ନକ୍ଷେତ୍ର ଅନ୍ତରୀକ୍ଷ ସାକାର
ସବୁ ଅଛିନ୍ତି ମୁଖ ରେ ମୋହର ।।୭
ସାହସ ଅଛି ଯଦି ଏ ଦୃଶ୍ୟ ଦେଖ
ମୋ ଠାରେ ସାରା ସଂସାର ଦେଖ
ସ୍ଥାବର ଜଙ୍ଗମ ଗନ୍ଧର୍ବ କିନ୍ନର
ମନୁଷ୍ୟ ପ୍ରଜାତି ରାଜା ଅମର
ଶତ କୋଟି ସୂର୍ଯ୍ୟ ଶତ କୋଟି ଚନ୍ଦ୍ର
ଶତ କୋଟି ନଦୀ ଶତ ସିନ୍ଧୁ ମନ୍ଧ୍ର ।।୮
ଶତ କୋଟି ବିଷ୍ଣୁ ବ୍ରହ୍ମା ମହେଶ
ଶତ କୋଟି ବିଷ୍ଣୁ ଜଳପତି ଧନେଶ
ଶତ କୋଟି ରୁଦ୍ର ଶତ କୋଟି କାଳ
ଶତ କୋଟି ଯମ ପୁଣି ଧର୍ମପାଳ
ଶିକୁଳି ବଢ଼ାଇ ବାନ୍ଧ ମୋତେ
ହେ ଦୁର୍ଯ୍ୟୋଧନ !ବାନ୍ଧ ମୋତେ ।।୯
ଧରିତ୍ରୀ ରେ କୁଞ୍ଚିତ ଜାଲ ଦେଖ
ପଦ ତଳେ ମୋର ପାତାଳ ଦେଖ
ମୁଠା ରେ ମୋର ତିନି କାଳ ଦେଖ
ମୋ ବିଶ୍ୱ ରୂପ ପ୍ରକାଶ ଦେଖ
ସବୁ ମୋଠାରୁ ଜନ୍ମ ହୁଅନ୍ତି
ପୁଣି ମୋ ପାଖରେ ବିଲୟ ହୁଅନ୍ତି ।। ୧୦
ଜିଭ ରୁ ନିର୍ଗତ ଅଗ୍ନି ଦେଖ
ଶ୍ୱାସ ରୁ ସୃଷ୍ଟ ମୋର ପବନ ଦେଖ
ପଡେ ଯଉଁଠାରେ ମୋ ନଜର
ପ୍ରଫୁଲ୍ଲିତ ଧରା ସେଠାର
ଯେବେ ବୁଝି ଦିଏ ମୁଁ ଆଖି
ସବୁ ମୃତ୍ୟୁ କୁ ଲଭି ଯାଆନ୍ତି ।। ୧୧
ବାନ୍ଧିବାକୁ ମୋତେ ତୁ ଆସିଅଛୁ
ଶିକୁଳି କେତେ ବଡ ତିଆରିଛୁ
ଯଦି ମୋତେ ବାନ୍ଧି ବାରେ ତୋତେ ମନ
ପ୍ରଥମେ ବାନ୍ଧି ଦେଖ ଅନନ୍ତ ଗଗନ
ଶୂନ୍ୟ କୁ କିଏ ପାଇ ପାରିଛି
ମୋତେ କିଏ ଅବା ବାନ୍ଧି ପାରିଛି ।। ୧୨
ହିତ କଥା ମୋର ତୁ ନ ଶୁଣିଲୁ
ମିତ୍ର ର ମୂଲ୍ୟ ତୁ ନ ବୁଝିଲୁ
ଠିକ ତେବେ ମୁଁ ଯାଉଛି
ଅନ୍ତିମ ବାଣୀ ମୋ କହୁଛି
ଶାନ୍ତି ନୁହଁ ଏବେ ଯୁଦ୍ଧ ହେବ
ଜୀବଦାୟିନୀ ନ ହେଲେ ମରଣ ହେବ ।।୧୩
ବାଜିବ ନକ୍ଷତ୍ର ରେ ନକ୍ଷେତ୍ର
ବର୍ଷିବ ଅଗ୍ନି ପୃଥିବୀ ରେ ପ୍ରଖର
ଶେଷ ନାଗ ର ଫଣା ଉଠିବ
ବିକଟାଳ କାଳ ଗ୍ରାସିବ
ଦୁର୍ଯ୍ୟୋଧନ ଏବେ ଯୁଦ୍ଧ ହେବ
ଯାହା ଅଘଟିତ ତାହା ଘଟିବ ।। ୧୪
ଭାଇ ପରେ ଭାଇ ଲଢ଼ିବ
ବିଷ ବାଣ ମୁଖରୁ ଆସିବ
ଶାଗୁଣା ଶୃଗାଳ ଖୁସି ହେବ
ଦୁର୍ଭାଗ୍ୟ ମନୁଷ୍ୟ ର ଗ୍ରାସ ହେବ
ଶେଷ ରେ ତୁ ଧାରା ଶାୟୀ ହେବୁ
ସର୍ବ ହିଂସା ର ଦାୟୀ ହେବୁ ।। ୧୫
କମ୍ପିତ ଥିଲା କୁରୁସଭା ପୁରା ଡରି
ନୀରବ ଥିଲେ ଆଉ କିଛି ଥିଲେ ତଳେ ପଡି
ଖାଲି ଦୁଇ ଜଣ ଚକିତ ଥିଲେ
ଧୃତରାଷ୍ଟ୍ର ବିଦୁର ହର୍ଷିତ ଥିଲେ
ହାତ ଯୋଡ଼ି ପ୍ରଭୁ ବନ୍ଦନା କଲେ
ନିର୍ଭୟେ ଜୟ ଜୟ କାର କଲେ ।।୧୬
ମୂଳ :ରାମଧାରୀ ସିଂ ଦୀନକର
ଅନୁବାଦ : ମହାଗାଲୁଆ ସନୁ ।।
