STORYMIRROR

ମହାଗାଲୁଆ ସନୁ

Abstract

2  

ମହାଗାଲୁଆ ସନୁ

Abstract

ମୁଁ ମଲା ପରେ

ମୁଁ ମଲା ପରେ

1 min
150

 ସତରେ କିଛି ବି କଷ୍ଟ ଲାଗୁନି , 

 ସବୁ କିଛି ନିରବ

ସବୁ କିଛି ଶାନ୍ତ 

ସବୁ କିଛି ଶୂନ୍ୟ 

ମୁଁ ମରିଗଲା ପରେ 


ସତରେ ଆଜି ଭାରି ମନେ ପଡୁଛି

 ସେଇ ଜନ୍ମ,

ସେଇ ମନ

ସେଇ ଭାବନା

ସେଇ ପ୍ରତାରଣା

 ମୁଁ ମରିଗଲା ପରେ 


ସତରେ ସବୁ କିଛି ଏମିତି ହିଁ ଥିବା

 ସେଇ ଜୀବନ

ସେଇ ମୁହୂର୍ତ୍ତ

ସେଇ ସମୟ

ସେଇ ସମ୍ପର୍କ 

ମୁଁ ମରିଗଲା ପରେ


ସତରେ ମୁଁ କି ଆଉ ଫେରିବି

 ସେଇ ପ୍ରେମରେ

ସେଇ ସ୍ୱପ୍ନ ରେ 

ସେଇ କଥାରେ

ମୁଁ ମରିଗଲା ପରେ 


ସତରେ ମୋ କଥା ମନେ ପଡିବ

 ସେଇ ଦୁଷ୍ଟାମୀ

ସେଇ ନଖରାମି

ସେଇ ଛାଇ ଖେଳ

ମୁଁ ମରିଗଲା ପରେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract