STORYMIRROR

ମହାଗାଲୁଆ ସନୁ

Others

2  

ମହାଗାଲୁଆ ସନୁ

Others

ଚାଲ ଯିବା

ଚାଲ ଯିବା

1 min
38

ବୁଲାମନ ଚାଲଯିବା    ବାହାରେ ବୁଲି ଆସିବା 

ପହଞ୍ଚି ଜାଗା ମୁଣ୍ଡରେ    ବିଡିଟିଏ ଟାଣି ଦେବା  ।।


ତ୍ରିନାଥ ମଣ୍ଡପେ ଯାଇ     ସାଙ୍ଗରେ ତାସ ଖେଳିବା

ବସିଥିବେ ଯଦି ବାବା     ପ୍ରସାଦ ଟିକେ ପାଇବା  ।।


ନପାଇଲେ ସେଠୁ କିଛି    କାଉଣ୍ଟର ଖେଦି ଦେବା

ଲାଇନିରେ ହେଇ ଛିଡା   ପାଦୁକା ଢୋକେ ପାଇବା ।।


ହେଲେ ସେଠି ଭିଡା ଭିଡି   ବାଜିବ ମାମୁଙ୍କ ବାଡ଼ି

ପଳାଇ ଆସିବା ସେଠୁ    ପଣା ବାଲା ପାଖେ ଯିବା ।।


ଭାଙ୍ଗକୁ ପିଇଲେ ଦେଖ     ପାଇବ ସରଗ ସୁଖ

କହଇ ଗାଲୁଆ ଦେଖ      ବାଟ ଅନେକ ପାଇବା ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍