STORYMIRROR

ତାରାପ୍ରସାଦ ଜେନା

Comedy

3  

ତାରାପ୍ରସାଦ ଜେନା

Comedy

ଗଡ଼ି ଗଡ଼ି ଗଲା ବାଟି

ଗଡ଼ି ଗଡ଼ି ଗଲା ବାଟି

1 min
259


ଗଡ଼ି ଗଡ଼ି ଗଲା ବାଟି

ମୁଖପୁସ୍ତକରେ ଭାବ ଦିଆନିଆ

ଚାଲୁଅଛି ଭାରି ଖଟି !


ଡେଇଁ ଡେଇଁ ଗଲା ବଣି

ସାହିତ୍ୟର କ୍ଲାସ୍ ରସିକିଆ ବୁଢ଼ା

ନେଉଅଛି ଜାଣି ଶୁଣି !


କିଟି କିଟି କଳା ହାତୀ

ବୁଢ଼ା ଫୋନ୍ ଧରି ସଜ ହେଲା ପରା

ଚାଟିଙ୍ଗିରେ ଯିବ ମାତି !


ସରୁ ସରୁ ଦାନ୍ତୀ ମକା

ବୁଢ଼ା ପାଲା ପାଲି ଝିଅ କେତେ କରେ

ନିଜେ ଭାବେ ଗଜା ଟୋକା !


ସାପ ଗଲା ହିଡ଼ ତଳେ

ସଂସ୍କୃତକୁ ଧୋଇ ପାଣି ପିଇଅଛି

ଓଗାଳୁଛି ବୁଢ଼ା ହେଳେ !


ସର୍ ସର୍ ଗଲା ମୂଷା

ଉପାଧିକୁ ପୁଣି ଛାତି ମାରି ବୁଢ଼ା

ତୁଛା ହୁଏ ଲୋକହସା !


କାଉ ଉଡ଼ିଗଲା ରାବି

ନାଆଁ ଗନ୍ଧ କିଛି ସାହିତ୍ୟରେ ନାହିଁ

ବୁଢ଼ା ବୋଲେ ବଡ଼ କବି !




Rate this content
Log in

Similar oriya poem from Comedy